ବାରହା ଆକ୍ରମଣରେ ୩ ଗୁରୁତର: ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ

ଏମ୍‌କେସିଜିରେ ରକ୍ତର ଉତ୍କଟ ଅଭାବ: ୟୁନିଟ୍‌ ସଂଖ୍ୟା ୨୩କୁ ଖସିଲା, ନେଗେଟିଭ୍‌ ଗ୍ରୁପ୍‌ ଖାଲି

କୃଷ୍ଣପ୍ରସାଦ: ନୂଆପଡା ପଞ୍ଚାୟତ ଅଁଳାକୁଦା ବଳଙ୍ଗା ଫାର୍ମ ଓ ଅଁଳାକୁଦା ଗ୍ରାମରେ ବାରହା ଆକ୍ରମଣରେ ୩ ଗୁରୁତର ହୋଇ ବ୍ରହ୍ମପୁର ସ୍ଥାନାନ୍ତରିତ ହୋଇଛନ୍ତି। ଗୁରୁତରମାନେ ହେଲେ ପୁରୀ ଜିଲ୍ଲାର ପରଳା ଗ୍ରାମର ରମେଶ ମହାନ୍ତି (୬୦), ଅଁଳାକୁଦା ଗ୍ରାମର ଅଶୋକ ଜେନା (୪୮) ଓ କିଶୋର ଜେନା(୫୨)। ଏମାନଙ୍କୁ ଚିଲିକା ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।ଡାକ୍ତର ସନ୍ତୋଷ ବେହେରା ଚିକିତ୍ସା କରିଥିଲେ ବି ଅବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe