ବାଇକକୁ ଧକ୍କା ଦେଲା କାର୍, ଚାଲିଗଲା ମହିଳାଙ୍କ ଜୀବନ

ବାଇକକୁ ଧକ୍କା ଦେଲା କାର୍, ଚାଲିଗଲା ମହିଳାଙ୍କ ଜୀବନ

ଭୁବନେଶ୍ବର: କୋଣାର୍କ-ପିପିଲି ରାସ୍ତାର ଗୋପ ବାୟାକୁଦା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏକ କାର୍ ବାଇକକୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଦୁଇ ଜଣ ମହିଳା ଫୁଲ ତୋଳିବାକୁ ଯାଇଥିବା ବେଳେ ଦ୍ରୁତ ଗତିରେ କୋଣାର୍କ ଯାଉଥିବା ଏକ କାର ଧକ୍କା ଦେଇଥିଲା।

ମୃତକ ହେଉଛନ୍ତି ବଡ଼ମଠ ଗାଁର ରେଣୁ ବେହେରା। ଏଥିରେ ବାୟାକୁଦା ଗାଁର ରଞ୍ଜିତା ବେହେରା ଗୁରୁତର ହୋଇଛନ୍ତି। ସେହିପରି ଅନ୍ୟ ଜଣେ ବାଇକ୍ ଆରୋହୀ ମଧ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe