ରାସ୍ତାକଡ଼ ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଲେ ଯୁବକ, ଚାଲିଗଲା ଜୀବନ

ବିଦ୍ୟୁତ ଖୁଣ୍ଟକୁ ଶକ୍ତ ଧକ୍କା ଦେଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କୋଣାର୍କ-ପୁରୀ ବେଳାମାର୍ଗ ରାସ୍ତାର ଲୋଟସ ନିକଟରେ ଆଜି ଅପରାହ୍‌ଣରେ ଏହି ଦୁର୍ଘଟଣା ଘଟିଛି। ମୃତ ଯୁବକ ହେଲେ ସୁରେନ୍ଦ୍ର ବେହେରା (୩୪)। 

Accident

କୋଣାର୍କ: ବିଦ୍ୟୁତ ଖୁଣ୍ଟକୁ ଶକ୍ତ ଧକ୍କା ଦେଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କୋଣାର୍କ-ପୁରୀ ବେଳାମାର୍ଗ ରାସ୍ତାର ଲୋଟସ ନିକଟରେ ଆଜି ଅପରାହ୍‌ଣରେ ଏହି ଦୁର୍ଘଟଣା ଘଟିଛି। ମୃତ ଯୁବକ ହେଲେ ସୁରେନ୍ଦ୍ର ବେହେରା (୩୪)। 

ଚନ୍ଦ୍ରଭାଗା ଥାନା ଅଧିନ ଟିକନା ଗ୍ରାମର ସୁରେନ୍ଦ୍ର ବେହେରା ଆଜି କୌଣସି କାମରେ ଏକ ବାଇକ୍‌ରେ କୋଣାର୍କ ଆଡ଼କୁ ଆସିଥିଲେ। ଅପରାହ୍‌ଣରେ ସେ କୋଣାର୍କରୁ ନିଜ ଗାଁ ଅଭିମୁଖେ ଯାଉଥିବା ବେଳେ କୈଣସି କାରଣରୁ ଭାରସାମ୍ୟ ହରାଇଥିଲେ। ବାଇକ୍‌ଟି ଭାରସାମ୍ଯ ହରାଇ ବାମପଟ ଇଲେକ୍ଟ୍ରି ଖୁଣ୍ଟିରେ ପିଟି ହୋଇଥିଲା। 

ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଥିଲା। ସୁରେନ୍ଦ୍ରଙ୍କୁ ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଏକ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରଖିଛି। ଅନ୍ୟପଟରେ ଟିକନା ଗାଁରେ ଶୋକାକୁଳ ପରିସ୍ଥିତି ଦେଖାଯାଇଛି। 

puri | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe