ପାରିବାରିକ କଳହ: ବରଗଛରେ ଦଉଡ଼ି ଦେଇ ଜୀବନ ହାରିଲେ ଯୁବକ

ପାରିବାରିକ କଳହ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ସାମାନ୍ୟ କଥାରୁ ଆଜିକାଲିର ଯୁବପିଢ଼ି ଭୁଲ ନିଷ୍ପତ୍ତି ନେଇଯାଉଛନ୍ତି। ଏପରିକି ଜୀବନ ହାରିବାକୁ ମଧ୍ୟ ପଛାଉ ନାହାନ୍ତି। ପୁରୀ ଜିଲ୍ଲା କୋଣାର୍କ ଥାନା ଅଧୀନ କୁରଜଙ୍ଗ ପଞ୍ଚାୟତ ତାଳସୁଆଁ ଗ୍ରାମରେ ଆଜି ରାତିରେ ଏଭଳି ଏକ ଘଟଣା ଘଟିଛି।

Dead

କୋଣାର୍କ: ପାରିବାରିକ କଳହ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ସାମାନ୍ୟ କଥାରୁ ଆଜିକାଲିର ଯୁବପିଢ଼ି ଭୁଲ ନିଷ୍ପତ୍ତି ନେଇଯାଉଛନ୍ତି। ଏପରିକି ଜୀବନ ହାରିବାକୁ ମଧ୍ୟ ପଛାଉ ନାହାନ୍ତି। ପୁରୀ ଜିଲ୍ଲା କୋଣାର୍କ ଥାନା ଅଧୀନ କୁରଜଙ୍ଗ ପଞ୍ଚାୟତ ତାଳସୁଆଁ ଗ୍ରାମରେ ଆଜି ରାତିରେ ଏଭଳି ଏକ ଘଟଣା ଘଟିଛି। ଘରୋଇ କଳିକୁ ନେଇ ଜଣେ ଯୁବକ ଗଛରେ ଝୁଲି ଜୀବନ ହାରିଛନ୍ତି। ମୃତ ବ୍ୟକ୍ତି ହେଲେ ଅମୀୟ କାଣ୍ଡି (୨୫)।

ଅମୀୟ ନାୟକ ଆଜି ରାତି ପ୍ରାୟ ୯ଟାରେ ନିଜ ଘର ବାଡ଼ି ପଛ ପଟେ ଥିବା ଏକ ଗଛରେ ନିଜ ବେକରେ ଦଉଡି ଦେଇ ଝୁଲି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। 

ଖବର ନେବାରେ ଜଣାପଡ଼ିଛି ଯେ ଅମୀୟ ନିଜ ଘରେ ଥିଲାବେଳେ କୌଣସି କାରଣରୁ ଘରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ସେ ରାଗିଯାଇ ନିଜ ବାରିପଟେ ଥିବା ଏକ ବରଗଛରେ ଝୁଲି ପଡ଼ିଥିଲେ। ପାଟି ଶୁଣି ପରିବାର ଲୋକ ଦଉଡ଼ି ଯାଇ ଗଛରୁ ଉଦ୍ଧାର କରି ଅମୀୟଙ୍କୁ ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ଖବର ପାଇ ପୁଲିସ ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରରୁ ମୃତଦେହ ଜବତ କରିଛି।

ଅମୀୟଙ୍କ ମୃତଦେହ ଆସନ୍ତାକାଲି ବ୍ୟବଚ୍ଛେଦ ହେବ। ଏହା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

puri | dead

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe