୧୧ ଫୁଟିଆ ଅଜଗର ଉଦ୍ଧାର

Advertisment
୧୧ ଫୁଟିଆ ଅଜଗର ଉଦ୍ଧାର

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ଛାତଡିଫୁଟ ଗାଁ ନିକଟରେ ଥିବା ଏକ ଫାର୍ମ ହାଉସରୁ ଏକ ବିରାଟ ଅଜଗର ସାପକୁ ସ୍ନେକହେଲଫ୍ ଲାଇନର ରବୀନ୍ଦ୍ର ରାଉତ ଉଦ୍ଧାର କରି ଜଙ୍ଗଲରେ ଛାଡିଛନ୍ତି।

ସୂଚନା ଅନୁଯାୟୀ ଗତ ଦୁଇ ଦିନ ତଳେ ଏକ ଅଜଗର ସାପ ଛାତଡିଫୁଟରେ ଥିବା ଜୈନେକ ବ୍ୟକ୍ତିଙ୍କ ଫାର୍ମହାଉସ ମଧ୍ୟକୁ ପଶି ଯାଇଥିଲେ। ସାପ ଥିବା ଜାଣିବା ପରେ ଫାର୍ମହାଉସ ପରିଚାଳକ ସ୍ନେକ୍ ହେଲଫଲାଇନର ରବୀନ୍ଦ୍ର କୁମାର ରାଉତଙ୍କୁ ଯୋଗାଯୋଗ କରିଥିଲେ।

ସେ ଜୟପୁର ରେଂଜ କର୍ମଚାରୀଙ୍କ ଉପସ୍ଥିତିରେ ଏହାକୁ ଧରିଥିଲେ। ଏହି ସାପଟିର ଲମ୍ବ ୧୧ ଫୁଟ ହୋଇଥିବା ବେଳେ ଚଉଡ଼ା ୫ଫୁଟ ଏବଂ ଓଜନ ୧୧ କେଜି। ସାପଟିକୁ ଧରି ବନବିଭାଗର କାର୍ଯ୍ୟାଳୟକୁ ଆଣି ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଦୁଇ ଦିନ ଧରି ତାକୁ ଖାଇବାକୁ ଖାଦ୍ୟ ଦିଆଯାଇଥିଲା। ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜାଣିବା ପରେ ପାତ୍ରପୁଟ ଅଞ୍ଚଳର ଅନ୍ଧାରୀ ଘଞ୍ଚ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe