ବୀରମହାରାଜପୁର ଆରଏମ୍‌ସି ୟାର୍ଡରେ ରବିଧାନ କିଣା ଆରମ୍ଭ

ବୀରମହାରାଜପୁର ଆରଏମ୍‌ସି ୟାର୍ଡରେ ରବିଧାନ କିଣା ଆରମ୍ଭ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆର୍‌ଏମ୍‌ସିର ଉଲୁଣ୍ଡା ଥାନା ଅନ୍ତର୍ଗତ ଉଦେପଦରସ୍ଥିତ ଆରଏମସି ୟାର୍ଡ ପରିସରରେ ଋବିଋତୁ ପାଇଁ ଧାନ ମଣ୍ଡି ବୁଧବାର ଦିନ ଉଦ୍‌ଘାଟିତ ହୋଇଯାଇଛି। ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମକୁ ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂଜାର୍ଚ୍ଚନା ସହ ଧାନମଣ୍ଡିର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବରେ ଉଲୁଣ୍ଡା ଅତିରିକ୍ତ ତହସିଲଦାର ସୋମନାଥ ବେହେରା, ବିଡ଼ିଓ କରୀସ୍ମା ବେସ୍ରା, ଏଆରସିଏସ ଗିରିଶ ଚନ୍ଦ୍ର ପୁରୋହିତ, ଏସଆରସିଏସ ପ୍ରେମାନନ୍ଦ ଦୀପ, ଏସିଏସଓ ବୀରମହାରାଜପୁର ଲଲିତ ମୋହନ ପଟ୍ଟନାୟକ, ଯୋଗାଣ ନିରୀକ୍ଷକ ରାଜ କିଶୋର ନାଏକ ଏବଂ ଆରଏମସି ସମ୍ପାଦକ ମନୋଜ ଜେନା ଯୋଗଦେଇଥିଲେ। ଓମ୍ ସାଇ ଏସଏଚଜି ସଭାପତି ଅଞ୍ଜଳି ଦାସ ଏବଂ ଉଲୁଣ୍ଡା ପେକ୍ସସମ୍ପାଦକ ଗିରି ଗୋବର୍ଦ୍ଧନ ଭୋଇଙ୍କ ତତ୍ତ୍ଵାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସଭାପତି ଖିରସିନ୍ଧୁ ଭୋଇଙ୍କ ସମେତ ଆରଏମସି କର୍ମଚାରୀ, ଚାଷୀ ଏବଂ ପେକ୍ସର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe