ନୂଆପଡ଼ା: ରବି ଧାନ ସଂଗ୍ରହ କମିଟି ବୈଠକ: ମେ’ ୨୪ରୁ ଧାନକିଣା

ନୂଆପଡ଼ା: ରବି ଧାନ ସଂଗ୍ରହ କମିଟି ବୈଠକ: ମେ’ ୨୪ରୁ ଧାନକିଣା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ମଙ୍ଗଳବାର ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ପକ୍ଷରୁ ରବିଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରବିଧାନ ସଂଗ୍ରହ ଉପରେ ଆଲୋଚନା ହୋଇଥିଲା। ମେ’ ୨୪ରେ ଜିଲ୍ଲାରେ ରବିଧାନ ସଂଗ୍ରହ ହେବାକୁ ସ୍ଥିର ହୋଇଛି। ଏ ବର୍ଷ ଜିଲ୍ଲାରେ ୧୦ ହଜାର ୩୫୩ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ସେଥିରୁ ୫୦୬୬ ଜଣ ଚାଷୀ ପୁରୁଣା ଓ ୫୨୮୭ ଜଣ ନୂତନ ଚାଷୀ ରହିଛନ୍ତି।

ଚଳିତ ବର୍ଷ ଜିଲ୍ଲାର ୨୬ଟି ପ୍ୟାକ୍ସ ଓ ୬ଟି ମହିଳା ଏସ୍ଏଚ୍‌ଜିଙ୍କ ଜରିଆରେ ୩୨ଟି ମଣ୍ତିରେ ଧାନ ସଂଗ୍ରହ କରାଯିବ। ଏବର୍ଷ ଜିଲ୍ଲାର ୩୧ଟି ରାଇସ୍‌ ମିଲ୍‌କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଇଛି। ଗତବର୍ଷ ରବି ଋତୁରେ ପ୍ରାୟ ସାଢ଼େ ୩ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଥିଲା। ଏବର୍ଷ ପ୍ରାୟ ୪ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରହିଛି। ଏହି ବୈଠକରେ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହିମାଂଶୁ ମହାପାତ୍ର, ଆର୍‌ଏମ୍‌ସି ସମ୍ପାଦକ ଆର୍ଯ୍ୟକୁମାର ମୁଦୁଲି, କୋମନା ବିଡିଓ ହିତାଂଶୁ ଶେଖର ସାମଲ ପ୍ରମୁଖଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର, କୃଷି ଅଧିକାରୀ ଉପସ୍ଥିତ ଥିଲେ। ସିଏସ୍‌ଓ ପ୍ରଦ୍ୟୁମ୍ନ ରାଉତରାୟ ମ‌ଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe