କେନ୍ଦୁଝର: ଘରକୁ ଘର ବୁଲୁଛନ୍ତି, ସମର୍ଥକ ମାନେ ବି ସାଙ୍ଗରେ ଅଛନ୍ତି। ହାତରେ ଧରିଛନ୍ତି ଖାତା କଲମ । ଗୋଟିଏ ପରେ ଗୋଟିଏ ଘରକୁ ଯାଇ ଗୃହକର୍ତାଙ୍କୁ ଭେଟୁଛନ୍ତି । ଏହା କେଉଁ ନିର୍ବାଚନ ପ୍ରଚାର ନୁହଁ। ନିର୍ବାଚନ ପ୍ରତିଶ୍ରୁତି ପୁରଣ ପାଇଁ ପ୍ରୟାସ କରିଛନ୍ତି ସରପଞ୍ଚ ରବିନ୍ଦ୍ର କୁମାର ଜେନା ଓ ସାଙ୍ଗରେ ଅଛନ୍ତି ସମିତି ସଭ୍ୟ ବାବନ ସେଠୀ । କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ବଡ଼ରମ୍ପାସ ପଞ୍ଚାୟତ।
ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ରବୀନ୍ଦ୍ର କୁମାର ଜେନା। ସେତେବେଳେ ସମସ୍ତଙ୍କୁ ସେମାନଙ୍କ ସମସ୍ୟା ବୁଝିବେ ବୋଲି ଦେଇଥିଲେ ପ୍ରତିଶ୍ରୁତି। ଏହି ପ୍ରତିଶ୍ରୁତି ପୁରଣ କରିବାକୁ ଏବେ ସେ ଆରମ୍ଭ କରିଛନ୍ତି ପ୍ରୟାସ । ହାତରେ ଖାତା କଲମ ଧରି ଘରକୁ ଘର ବୁଲି ଲୋକଙ୍କ ସମସ୍ୟା ଲେଖୁଛନ୍ତି ।
Follow Us