ରାଜେଶ ପଟ୍ଟନାୟକ ଓୟୁଜେ ରାଜ୍ୟ ଉପସଭାପତି ନିର୍ବାଚିତ

Advertisment
ରାଜେଶ ପଟ୍ଟନାୟକ ଓୟୁଜେ ରାଜ୍ୟ ଉପସଭାପତି ନିର୍ବାଚିତ

ରାୟଗଡ଼ା: ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ର ରାଜ୍ୟ ଉପସଭାପତି ଭାବେ ରାୟଗଡ଼ାର ବରିଷ୍ଠ ସାମ୍ବାଦିକ ରାଜେଶ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି।୨୦୨୩-୨୫ ବର୍ଷ ପାଇଁ ଭୁବନେଶ୍ବର ଓୟୁଜେ ଭବନରେ ଅନୁଷ୍ଠିତ ନିର୍ବାଚନରେ ଶ୍ରୀ ପଟ୍ଟନାୟକଙ୍କୁ ସଂଗଠନ ପକ୍ଷରୁ ଏହି ଗୁରୁଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ଓୟୁଜେ ରାଜ୍ୟ ସଭାପତି ଭାବେ ପ୍ରେସ କାଉସିଲ ଅଫ ଇଣ୍ଡିଆର ସଭ୍ୟ ପ୍ରସନ୍ନ ମହାନ୍ତି ଓ ସାଧାରଣ ସଂପାଦକ ଭାବେ କଳାହାଣ୍ଡିର କମ୍ଭୁପାଣି ମିଶ୍ର ଉପସଭାପତି ଭାବେ ରାଜୀବ ମହାନ୍ତି , ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ବେହେରା, ପ୍ରସନ୍ନ ପାଇକରାୟ, କୋଷାଧ୍ୟକ୍ଷ ଭାବେ ଅମୂଲ୍ୟ ରଞ୍ଜନ ସ୍ୱାଇଁ, ସଂଗଠନ ସମ୍ପାଦକ ଭାବେ ମନୋଜ କୁମାର ପଟ୍ଟନାୟକ, ଋତୁରାଜ ସିଂ, ରବୀନ୍ଦ୍ର ମହାକୁଡ, ତ୍ରିଲୋଚନ ଦାଶ, ନିର୍ବାଚିତ ହୋଇଛନ୍ତି।

ନିର୍ବାଚନ ପ୍ରକ୍ରିୟା ଶେଷ ପରେ ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ସାହୁ ନିର୍ବାଚିତ ପ୍ରତିନିଧିଙ୍କ ନାମ ଘୋଷଣା କରିଥିଲେ। ସାମ୍ବାଦିକଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରେଷ୍ଟିଜ, ପ୍ରୋଟେକସନ, ପେନସନ୍ ଦାବି ପୂରଣ କରିବାକୁ ସରକାରଙ୍କ ନିକଟରେ ଦାବିକୁ ଜୋରଦାର୍ କରାଯିବ ବୋଲି ନବ ନିର୍ବାଚିତ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ନିର୍ବାଚିତ ନୂତନ ପଦାଧିକାରୀ ଓ ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କୁ ଓୟୁଜେର ବରିଷ୍ଠ କର୍ମକର୍ତ୍ତା, ରାଜ୍ୟର ୩୦ ଜିଲ୍ଲାର କର୍ମକର୍ତ୍ତା, ସଦସ୍ୟ ଓ ଶୁଭେଚ୍ଛୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe