ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀ ଓ ଆଦିବାସୀଙ୍କ ଉନ୍ନତି ହେବ: ରାହୁଲ

Advertisment
ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀ ଓ ଆଦିବାସୀଙ୍କ ଉନ୍ନତି ହେବ: ରାହୁଲ

ବାଲେଶ୍ୱର: ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀ ଓ ଆଦିବାସୀଙ୍କ ଉନ୍ନତି ହେବ। ଚାଷୀଙ୍କୁ ଧାନ କୁଇଣ୍ଟାଲ ପ୍ରତି ୨୬୦୦ ଟଙ୍କା ମିଳିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର କହିଛନ୍ତି। ବାଲେଶ୍ୱର ଜିଲ୍ଲାର ରେମୁଣାର ନରହରିପୁରରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେଇ ରାହୁଲ କହିଛନ୍ତି, ଆଦିବାସୀଙ୍କୁ ସେମାନଙ୍କର ଅଧିକାର ମିଳିବ। ଜମି ଅଧିଗ୍ରହଣ ପାଇଁ ସ୍ୱତନ୍ତ୍ର ବିଲ ପାସ୍‌ କରାଯିବ।

ରାହୁଲ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି। ମୋଦୀ ସରକାର ଜନଧନ ଯୋଜନାରେ ସାଧାରଣ ଜନତାଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି କିନ୍ତୁ ଅନୀଲ ଅମ୍ବାନୀଙ୍କ ଆକାଉଣ୍ଟରେ ଟଙ୍କା ଜମା କରୁଛନ୍ତି। ବିମୁଦ୍ରାକଣ ଯୋଗୁଁ ଦେଶର ଜନତା ବହୁତ ହଇରାଣ ହୋଇଛନ୍ତି। ମୋଦୀ କହିଥିଲେ, ଅଛା ଦିନ ଆଏଗା କିନ୍ତୁ ଏହି ଦିନ କେବେ ଆସିବ ବୋଲି ରାହୁଲ ପ୍ରଶ୍ନ କରିଥିଲେ।

publive-image

କଂଗ୍ରେସ କ୍ଷମତାକୁ ଆସିଲେ ନ୍ୟାୟ ଯୋଜନାରେ ଲୋକଙ୍କ ଆକାଉଣ୍ଟକୁ ୭୨ ହଜାର ଟଙ୍କା ଦେବ। ଏହି ଯୋଜନାର ୨ଟ ଲକ୍ଷ୍ୟ ଅଛି। ପ୍ରଥମତଃ ଗରିବଙ୍କୁ ସହଯୋଗ କରିବା ଏବଂ ଦ୍ୱିତୀୟରେ ଦେଶରୁ ବେରୋଜଗାର ଦୂର କରିବା। ଦେଶରେ ୨୨ ଲକ୍ଷ ସରକାରୀ ଚାକିରି ଖାଲି ଅଛି ବୋଲି ରାହୁଲ କହିଛନ୍ତି।

ରାହୁଲ କହିଛନ୍ତି, ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର ଚାଷୀଙ୍କ ଠାରୁ ଧାନ କୁଇଣ୍ଟାଲ ପ୍ରତି ୧୨୦୦ ଟଙ୍କାରେ କିଣୁଛି। ପଡୋଶୀ ଛତିଶଗଡ଼ ସରକାର ଧାନ କୁଇଣ୍ଟାଲ ପ୍ରତି ୨୫୦୦ ଟଙ୍କାରେ କିଣୁଛି। ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ଧାନ କୁଇଣ୍ଟାଲ ପ୍ରତି ଅତି କମରେ ସମର୍ଥନ ମୂଲ୍ୟ ୨୬୦୦ ଟଙ୍କା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe