Advertisment

ବେଆଇନ କରତକଳ ଉପରେ ବନବିଭାଗର ଚଢାଉ, ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର କାଠ ଏବଂ ଯନ୍ତ୍ରାଶ ଜବତ

Advertisment
ବେଆଇନ କରତକଳ ଉପରେ ବନବିଭାଗର ଚଢାଉ, ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର କାଠ ଏବଂ ଯନ୍ତ୍ରାଶ ଜବତ

ବସ୍ତା: ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଥିବା ବେଆଇନ କରତକଳ ଉପରେ ବନବିଭାଗ ଚଢାଉ କରିଛି | ଏହି ଚଢ଼ାଉ ସମୟରେ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର କାଠ ଏବଂ ଯନ୍ତ୍ରାଶ ଜବତ କରାଯାଇଛି | ସୂଚନା ଅନୁଯାୟୀ ଗୋବିନ୍ଦପୁର ଗ୍ରାମରେ ଦୀର୍ଘ ଦିନ ଧରି ବେଆଇନ କରତକଳ ଚାଲୁଥିବାବେଳେ କରତକଳକୁ ବନ୍ଦ କରିବା ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରି ଆସୁଥିଲେ |

ତେବେ ଶନିବାର ସକାଳ ସମୟରେ ବାଲେଶ୍ବର ଫରେଷ୍ଟ ଡିଭିଜନର ଏସିଏଫ ସୁଶ୍ରୀ ସସ୍ମିତା ସାହୁ ଏବଂ ଚାନ୍ଦିପୁର ୱାଇଲ୍ଡ ଲାଇଫ ଡିଭିଜନର ଏସିଏଫ ଜୟଶ୍ରୀ ମୁର୍ମୁଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ ଗଠନ କରି ଗୋବିନ୍ଦପୁର ଗ୍ରାମରେ ଥିବା ବେଆଇନ କରତକଳ ଉପରେ ଚଢାଉ କରାଯାଇଥିଲା | ଚଢାଉ ସମୟରେ କରତକଳର ମାଲିକ ଘଟଣାସ୍ଥଳରୁ ଫେରାର ହୋଇଥିବାବେଳେ ୪ ଲକ୍ଷରୁ ଉର୍ଧ୍ବ ଟଙ୍କାର କାଠ ଏବଂ ଯନ୍ତ୍ରାଶ ବନବିଭାଗ ଜବତ କରିଛି, ଏହି ଚଢାଉରେ ଲଙ୍ଗଳେଶ୍ବର ଫରେଷ୍ଟ ବିଟର ଫରେଷ୍ଟର ହୃଶିକେଶ ପ୍ରଧାନଙ୍କ ସମେତ ଜଳେଶ୍ବର ଫରେଷ୍ଟ ରେଞ୍ଜର ସମସ୍ତ ଅଧିକାରୀ, ମାଜିଷ୍ଟ୍ରେଟ ହିସାବରେ ବସ୍ତା ଅତିରିକ୍ତ ତହସିଲଦାର ଏବଂ ସିଂଲା ଥାନା ପୁଲିସ ଟିମ ସାମିଲ ହୋଇଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe