ଆରୁହା ପାହାଡ଼ରେ ଚଢ଼ଉ, ଗାଡ଼ି ଜବତ

ଆରୁହା ପାହାଡ଼ରେ ଚଢ଼ଉ, ଗାଡ଼ି ଜବତ

Vecteezy

ଯାଜପୁର: ଆରୁହା ପାହାଡ଼ରେ କଳାପଥର କେଳେଙ୍କାରୀକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଆଜି ଧର୍ମଶାଳା ତହସିଲଦାର ସ୍ବାଗତ ଦାସ ପୁଲିସ ସହ ଚଢ଼ଉ କରି ଚୋରା କଳାପଥର ‌ବୋଝେଇ ଗାଡ଼ିକୁ ଜବତ କରିଛନ୍ତି। ଏହି ଗାଡ଼ି କାହା ଖାଦାନରୁ ପଥର ନେଉଥିଲେ, ସେନେଇ ଅନୁସନ୍ଧାନ ଜାରି ରହିଛି। ଜବତ ଗାଡ଼ି ଧର୍ମଶାଳା ଥାନାକୁ ହସ୍ତାନ୍ତର କରାଯାଇଛି।

ଆରୁହାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଅବସ୍ଥାକୁ ଚାଲି ଆସିଥିବାରୁ ଏଭଳି ବିବାଦୀୟ ପରିସ୍ଥିତି ଲାଗି ରହିଥିବାବେଳେ ଚାପା ଉତ୍ତେଜନା ଲାଗି ରହିଛି। ଆଜି ଚଢ଼ଉ ବେଳେ ଖାଦାନ ଲିଜଧାରୀଙ୍କ ସହଯୋଗୀମାନେ ଛତ୍ର ଭଙ୍ଗ ଦେଇଥିଲେ। ଆରୁହାରେ ଗୋଟିଏ ଖାଦାନ ଚାଲୁଥିବା ବେଳେ ଅନ୍ୟ ଖାଦାନଟି ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe