ରୁପ୍ରା : ବୁଧବାର ଅପରାହ୍ଣରେ ନର୍ଲା ତହସିଲଦାର ମାନସ ତ୍ରିପାଠୀଙ୍କ ନେତୃତ୍ୱରେ ଭାନପୁର ପେକ୍ସ୍ ଅଧୀନ ଘୋଡ଼ାବନ୍ଧ ମଣ୍ଡିରେ ନର୍ଲା ପୁଲିସ୍ର ସହଯୋଗରେ ଚଢ଼ଉ କରାଯାଇଛି । ବିଭିନ୍ନ ଚାଷୀଙ୍କ ଜମି ବିବରଣୀ ଯାଞ୍ଚ ହୋଇଥିଲା । କିନ୍ତୁ ଘୋଡ଼ାବନ୍ଧର ଚାଷୀ ଗ୍ରୀବଧର ସାହୁ ଧାନ ବିକ୍ରି ସମୟରେ ପଞ୍ଜୀକରଣ କରିଥିବା ଭାଗଚାଷର ବିବରଣୀ ଠିକ୍ ନଥିବାରୁ ସେ ମଣ୍ଡିକୁ ଆଣିଥିବା ୧୯୧ ବସ୍ତା ଧାନକୁ ଜବତ କରାଯାଇଥିଲା। ଚଢ଼ଉ ସମୟରେ ଏସିଏସ୍ଓ ଧୂମରାମ ମୁର୍ମୁ, ପ୍ରଫୁଲ୍ଲ ଦାସ ଓ ବେଶ୍ରା ବାବୁ, ବଜାର ନିରୀକ୍ଷକ ସନ୍ତୋଷ ପ୍ରଧାନ, ଯୋଗାଣ ନିରୀକ୍ଷକ ସୁଶାନ୍ତ ସ୍ୱାଇଁ, ରାଜସ୍ୱ ପର୍ଯ୍ୟବେକ୍ଷକ ରଞ୍ଜିତ ରାଉତ, ସୁଶୀଲ ସାହୁ ଉପସ୍ଥିତ ଥିଲେ। ସୂଚନାଥାଉଖି ନର୍ଲା ବ୍ଲକ୍ ଅଧୀନ ବିଭିନ୍ନ ମଣ୍ଡିରେ ଦଲାଲ୍ରାଜ୍ ଏବଂ ପ୍ରକୃତ ଚାଷୀ ଧାନ ବିକ୍ରି ପାଇଁ ସମସ୍ୟା ଭୋଗୁଥିବା ଖବର ‘ସମ୍ୱାଦ’ରେ ବିଭିନ୍ନ ସମୟେର ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରସାଶନ ତତ୍ପରତା ଦେଖାଇଛି।
ଘୋଡ଼ାବନ୍ଧ ମଣ୍ଡିରେ ଯୋଗାଣ ବିଭାଗର ଚଢ଼ଉ, ୧୯୧ ବସ୍ତା ଧାନ ଜବତ
Advertisment
Follow Us