ଓଡ଼ିଆ ନାମଫଳକ: ଶ୍ରମ ବିଭାଗର ଚଢ଼ଉ, ୩୦ ଦୋକାନକୁ ନୋଟିସ୍‌ ଜାରି

ଓଡ଼ିଆ ନାମଫଳକ: ଶ୍ରମ ବିଭାଗର ଚଢ଼ଉ, ୩୦ ଦୋକାନକୁ ନୋଟିସ୍‌ ଜାରି

Sambad

ଜୟପୁର: ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ, ଦୋକାନ, ହେଟେଲ ଆଦିରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ। ଏହାକୁ ନେଇ ଜିଲ୍ଲାପ୍ରଶାସନ, ଶ୍ରମବିଭାଗ ଓ ଚାମ୍ବର ଅଫ କମର୍ସ ପକ୍ଷରୁ ମିଳିତ ଭାବେ ବୈଠକ କରି ଏହି ନିର୍ଦେଶନାମାକୁ ପ୍ରଚାର ଓପ୍ରସାର କରିବାକୁ କୁହାଯାଇଥିଲା। ଚାମ୍ବର ପକ୍ଷରୁ ପ୍ରଚାର ଓ ପ୍ରସାର ବି କରାଯାଇଥିଲା। ଏହା ବାଦେ ବି ସହରରେ ବହୁ ଦୋକାନୀ ଓଡ଼ିଆ ନାମଫଳକ ଲେଖି ନଥିବା ଦେଖିବାକୁ ମିଳିଛି। ଆଜି ଏହି କ୍ରମରେ ପ୍ରଭାଗୀୟ ଶ୍ରମ କମିସନର ପ୍ରସନ୍ନ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ସହରରେ ବିଭିନ୍ନ ଦୋକାନ ଉପରେ ଚଢ଼ଉ କରାଯାଇଥିଲା।

publive-image Sambad

ଏଭଳି ୩୦ଟି ଦୋକାନକୁ ଚିହ୍ନଟ କରି ସେମାନଙ୍କୁ ସପ୍ତାହ ମଧ୍ୟରେ ଓଡ଼ିଆ ନାମଫଳକ ଲଗାଇବାକୁ ନୋଟିସ ଦିଆଯାଇଥିଲା। ସପ୍ତାହକ ପରେ ଏହା ପରିବର୍ତ୍ତନ ହୋଇ ନଥିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପ୍ରଭାଗୀୟ ଶ୍ରମ କମିସନର ଶ୍ରୀ ପାଣିଗ୍ରାହୀ। ଏହି ଚଢ଼ଉ ସହକାରୀ ଶ୍ରମ ଅଧିକାରୀ ଚୈତନ ପ୍ରସାଦ ମାଝୀ, ପଦ୍ମଚରଣ ପଣ୍ଡା, ପୁଣ୍ଣିମା ଡୁରୁକା ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe