ସେବାଶ୍ରମ ବିଦ୍ୟାଳୟରେ ଉପସ୍ଥାନରେ ଅନିୟମିତତା ନେଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ଚଢ଼ାଉ

ସେବାଶ୍ରମ ବିଦ୍ୟାଳୟରେ ଉପସ୍ଥାନରେ ଅନିୟମିତତା ନେଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ଚଢ଼ାଉ

ବ୍ରଜରାଜନଗର: ଝାରସୁଗୁଡା ବ୍ଲକ ଅନ୍ତର୍ଗତ ଚାନ୍ଦିନୀମାଲ ପଞ୍ଚାୟତରେ ଥିବା ଚାନ୍ଦିନୀମାଲ ସେବାଶ୍ରମ ବିଦ୍ୟାଳୟର ଛାତ୍ରୀ ନିବାସରେ ରହୁଥିବା ଛାତ୍ରୀଙ୍କ ଉପସ୍ଥାପନରେ ଅନିୟମିତତା ଦେଖାଯାଇଛି। ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ ପରେ ଏହା ଜଣାପଡ଼ିଛି।

ଝାରସୁଗୁଡା ଉପଜିଲ୍ଲାପାଳ ଶିବ ଟପୋ ଓ ପିଡ଼ି ତପିରାମ ମାଝି ରାତିରେ ଅଚାନକ ବିଦ୍ୟାଳୟରେ ପହଞ୍ଚି ସେବାଶ୍ରମରେ ଛାତ୍ରୀମାନଙ୍କ ଉପସ୍ଥାନ ଦେଖିଥିଲେ। ଉପସ୍ଥାନ ଖାତାରେ ୧୩୦ ଉପସ୍ଥାନ ଥିବା ସମୟରେ ହଷ୍ଟେଲରେ ସେତିକି ପିଲା ନଥିଲେ। ଛାତ୍ରୀ ଉପସ୍ଥାନ ନଥାଇ ମଧ୍ୟ ସେମାନେ ସମ୍ପୂର୍ଣ୍ଣ ଉପସ୍ଥାନ ଦେଖାଇ ଅର୍ଥ ହଡପ କରୁଥିବା ଅନୁଭବ କରିଥିଲେ। ଫଳରେ ସେମାନେ ରୋଷେଇ ସାମଗ୍ରୀ ଆଦିକୁ ମଧ୍ୟ ହିସାବ କରିବା ପରେ ରେଜିଷ୍ଟ୍ରର ଓ କାଗଜପତ୍ର ଜବତ କରିଥିଲେ ।

ଏନେଇ ଉପଜିଲ୍ଲାପାଳ ଶିବ ଟପୋଙ୍କୁ ପଚାରିବାରୁ ସେ ଆଶ୍ରମରେ ଦୈନିକ ପ୍ରାୟ ୫୫ରୁ ୬୦ଛାତ୍ରୀ ରହୁଥିବା ସୂଚନା ଦେଇଥିଲେ। ଏ ସମ୍ପର୍କରେ ଏକ ଲିଖିତ ରିପୋର୍ଟ ଖୁବ ଶୀଘ୍ର ଦେବେ ବୋଲି ଉପଜିଲାପାଳ ଶିବ ଟୋପୋ କହିଥିଲେ। ଏନେଇ ଜିଲ୍ଲାପାଳ ସରୋଜ କୁମାର ସମାଲଙ୍କୁ ପଚରିବାରୁ ସ୍ୱଚ୍ଛତା ପାଇଁ ଏଭଳି ଚଢ଼ାଉ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ପ୍ରକାଶ କରିଥିଲେ।

ଯେଉଁମାନେ ନିଷ୍ଠା ଓ ସାଧୁତାର ସହିତ କାର୍ଯ୍ୟ କରୁଛନ୍ତି, ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯିବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ଯେଉଁମାନେ ସରକାରୀ ଅର୍ଥକୁ ଲୁଟୁଛନ୍ତି ଅଭଯୋଗ ନହେଲେ ମଧ୍ୟ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ସରୋଜ ସାମଲ ସୂଚନା ଦେଇଥିଲେ। ଘଟଣା ସମ୍ପର୍କରେ ରିପୋର୍ଟ ଆସିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ସାମଲ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe