ବେଆଇନ କୋଇଲା ‌ଡିପୋରେ ଚଢ଼ଉ: ୬୫ ଟନ କୋଇଲା ଜବତ

କଣିହା କୋଇଲା ଖଣିରୁ ଗତ କିଛି ଦିନ ହେଲା କୋଇଲା ଚୋରା ଚାଲାଣ ହେଉଥିବା ନେଇ ତାଳଚେର ଡିଡିଏମ୍‌ ଖବର ପାଇଥିଲେ। ଯାହାକୁ ଆଧାର କରି ଡିଡିଏମ ସାମଲ ଏବଂ ପୁଲିସ କର୍ମଚାରୀଙ୍କ ସହଯୋଗରେ କଂସମୁଣ୍ଡା ଗ୍ରାମରେ ବେଆଇନ କୋଇଲା ଡିପୋରେ ଚଢ଼ଉ କରିଥିଲେ...

Raid on illegal coal depot: 65 tonnes of coal seized

Raid on illegal coal depot: 65 tonnes of coal seized Photograph: (sambad.in)

ତାଳଚେର: ତାଳଚେର ଖଣି ଉପନିର୍ଦ୍ଦେଶକ ଶୁଭେନ୍ଦୁ ସାମଲ ବେଆଇନ କୋଇଲା ଡିପୋରେ ଚଢ଼ଉ କରି ବିପୁଳ ପରିମାଣର ଚୋରା କୋଇଲା ଜବତ କରିଥିବା ଜଣା ପଡ଼ିଛି।

ସୂଚନା ମୁତାବକ, କଣିହା କୋଇଲା ଖଣିରୁ ଗତ କିଛି ଦିନ ହେଲା କୋଇଲା ଚୋରା ଚାଲାଣ ହେଉଥିବା ନେଇ ତାଳଚେର ଡିଡିଏମ୍‌ ଖବର ପାଇଥିଲେ। ଯାହାକୁ ଆଧାର କରି  ଡିଡିଏମ ସାମଲ ଏବଂ ପୁଲିସ କର୍ମଚାରୀଙ୍କ ସହଯୋଗରେ କଂସମୁଣ୍ଡା ଗ୍ରାମରେ ବେଆଇନ କୋଇଲା ଡିପୋରେ ଚଢ଼ଉ କରିଥିଲେ।

ଅଧିକ ପଢ଼ନ୍ତୁ: ନିଶାଶକ୍ତ ଅବସ୍ଥାରେ ନିଜ ଦୋକାନ ନିଜେ ନିଆଁ ଲଗାଇଲେ ମାଲିକ

ଏହି ଚଢ଼ଉ ବେଳେ ପ୍ରାୟ ୬୫ ଟନ ଚୋରା କୋଇଲା ଜବତ ହୋଇଥିବା ଜଣା ପଡ଼ିଛି।

ଏନେଇ ତାଳଚେର ଡିଡିଏମ ସାମଲ କହିଛନ୍ତି ଯେ, ତାଳଚେର ଏବଂ କଣିହା ଅଞ୍ଚଳରେ କୋଇଲା ଚୋରା ଚଲାଣ ବୃଦ୍ଧି ହେଉଥିବା ଖବର ପାଇ ଚଢ଼ଉ ହୋଇଥିଲା। ଏଥିରେ ୬୫ ଟନ ଚୋରା କୋଇଲା ଜବତ କରାଯାଇଛି। ଆଗାମୀ ଦିନରେ ଏଭଳି ଚଢ଼ଉ ଜାରି ରହିବ ବୋଲି ସେ  ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଶିରିଗିଡ଼ା ଗ୍ରାମରେ ଡାଇରିଆ: ଗ୍ରାମରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe