ବେଆଇନ ମାଙ୍କଡ଼ାପଥର ଖଣି ଉପରେ ରାଜସ୍ୱ ଓ ପୁଲିସ ବିଭାଗର ଯୁଗ୍ମ ଚଢ଼ଉ

୩ ଅଟକ, ଜେସିବି ସମେତ ୧୦ ଗାଡ଼ି ଓ ବିପୁଳ ଯନ୍ତ୍ରପାତି ଜବତ

ବେଆଇନ ମାଙ୍କଡ଼ାପଥର ଖଣି ଉପରେ ରାଜସ୍ୱ ଓ ପୁଲିସ ବିଭାଗର ଯୁଗ୍ମ ଚଢ଼ଉ

Sambad

ଖୋର୍ଦ୍ଧା: ଆଜି ରାଜସ୍ୱ ବିଭାଗ ଓ ପୁଲିସ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ମିଳିତ ଭାବେ ଖୋର୍ଦ୍ଧା ଉପକଣ୍ଠରେ ଥିବା ଏକ ବଡ଼ ବେଆଇନ ମାଙ୍କଡ଼ା ପଥର ଖଣି ଉପରେ ଚଢ଼ଉ କରାଯାଇଛି। ଚଢ଼ଉରେ ଡ୍ରାଇଭର ସମେତ ୩ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଜେସିବି, ଟ୍ରକ୍, ଟ୍ରାକ୍ଟର ଆଦି ୧୦ରୁ ଉର୍ଦ୍ଧ୍ବ ଗାଡ଼ି ଓ ପଥର କାଟିବା ପାଇଁ ବିପୁଳ ଯନ୍ତ୍ରପାତି ଆଦି ଜବତ କରାଯାଇଛି। ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ସରଧାପୁର ନିକଟରେ ଥିବା ଏକ ବେଆଇନ ମାଙ୍କଡ଼ା ପଥର ଖଣିରେ ଉପଜିଲ୍ଲାପାଳ ଆଇ ଶିବାଜୀ ଗୌରବଙ୍କ ନେତୃତ୍ୱରେ ରାଜସ୍ୱ ବିଭାଗ ଓ ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ମିଳିତ ଭାବେ ଚଢ଼ଉ କରିଥିଲେ। ଏଥିରେ ପୁଲିସ-ପ୍ରଶାସନ ପକ୍ଷରୁ ୪ଟି ଟିମ୍ ଭାଗ ନେଇଥିଲେ। ପୁଲିସ ପହଂଚିବା ଦେଖି ବେଆଇନ ଖଣିର ମାଲିକ ଓ ଅନ୍ୟମାନେ ସେଠାରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ।

publive-image Sambad

ତେବେ ଏଥିରେ ଡ୍ରାଇଭର ସମେତ ୩ଜଣଙ୍କୁ ଅଟକ ରଖାଯାଇଥିବା ଜଣାଯାଇଛି। ସୂଚନାନୁସାରେ, ୨ଟି ଜେସିବି, ଗୋଟିଏ ଟ୍ରକ୍, ୫ ଟି ଟ୍ରାକ୍ଟର, ଏକାଧିକ ପାୱାର ଟିଲର, ମୋଟରସାଇକଲ ଆଦି ଜବତ କରାଯାଇଛି। ଏନେଇ ଉପଜିଲ୍ଲାପାଳ ଆଇ ଶିବାଜୀ ଗୌରବ କହିଛନ୍ତି ଯେ ସେଠାରେ ପୂର୍ବରୁ ମଧ୍ୟ ବେଆଇନ ଭାବେ ଖଣି ଚାଲୁଥିଲା। ଏକାଧିକ ଥର ଚଢ଼ଉ ହୋଇଥିଲା। ଆଜି ଯୋଜନାବଦ୍ଧ ଭାବେ ଚଢ଼ଉ କରାଯାଇ ଅନେକ ଗାଡ଼ିମୋଟର ଓ ଯନ୍ତ୍ରପାତିକୁ ଜବତ କରାଯାଇଛି। ଏନେଇ ବିସ୍ତୃତ ବିବରଣୀ ପରେ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe