ବ୍ୟାସନଗର: ଆଗକୁ ଅଛି ସାବିତ୍ରୀ ଓ ରଜ ପର୍ବ। ଲୁଚାଛପାରେ ଚାଲିଛି ବେପାର। ସକାଳ ୭ ରୁ ୧୧ ଟା ପର୍ଯ୍ୟନ୍ତ ପ୍ରାୟ ବେପାରୀ ଦୋକାନ ଆଗରେ ଠିଆହୋଇ ରହୁଛନ୍ତି। ଗ୍ରାହକ ଆସିଲେ ଦୋକାନ ଭିତରେ ପୂରାଇ ବାହାରୁ ସଟର ପକାଇ ଦେଇଛନ୍ତି। ଗ୍ରାହକ ଜିନିଷ କିଣି ସାରିଲା ପରେ ସଟର ଉଠାଇ ସେମାନଙ୍କୁ ବାହାର କରି ପୁଣି ଅନ୍ୟ ଗ୍ରାହକଙ୍କୁ ଭିତରେ ପୂରାଇ ଦେଉଛନ୍ତି।
ବ୍ୟାସନଗର ସହରରେ ଲକ୍ଡାଉନ ଓ ସଟ୍ଡାଉନ୍ରେ ଏମିତି ଚାଲିଛି ବେପାର। ପ୍ରତିଦିନ ସକାଳୁ ପୁଲିସ ଡିଡି ମାର୍କେଟ ଉପରେ ଚଢ଼ଉ କରୁଛି। ଗତକାଲି ରିଙ୍କି ଡ୍ରେସ୍ ହାଉସ୍ ମାଲିକ ଦୋକାନ ଖୋଲି ବେପାର କରୁଥିଲେ। ମାଲିକଙ୍କ ନାମରେ ମାମଲା ରୁଜୁ କରିବା ସହିତ ଜରିମାନା ଆଦାୟ କରାଯାଇଛି। ଆଜି ସକାଳୁ ପୁଣି ଡିଡି ମାର୍କେଟରେ ଚଢ଼ଉ କରି ଶୁଭଶ୍ରୀ ଫେସନ ଓ ଲୁଗା ଦୋକାନକୁ ସିଜ୍ କରାଯାଇଛି। ଏସଆଇ ଅଗଷ୍ଟ ସ୍ଵାଧୀନ ସେଠୀଙ୍କ ସମେତ ପୌର କର୍ମଚାରୀ ରଞ୍ଜିତ ମିଶ୍ର, କିଶୋରୀ ରାଉତ, ମାଣିକ ରଞ୍ଜନ ନାୟକ, ଅମିତ ପୁରୋହିତ, ଉଦୟ ବାରିକ, ଅଜୟ ପଣ୍ଡା, ରମାକାନ୍ତ ସେଠୀ, ଗଗନ ବିହାରୀ କର ଚଢ଼ଉ କରିଥିଲେ।
Follow Us