କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଜୟପୁର ରେଳଷ୍ଟେସନରେ ରେଳରୋକ

Advertisment
କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଜୟପୁର ରେଳଷ୍ଟେସନରେ ରେଳରୋକ

ଜୟପୁର: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଏହାକୁ ପ୍ରତ୍ୟହାର ଦାବି କରି ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଗତ ତିନି ମାସ ହେବ ଧାରଣା ଦିଆଯାଉଛି। ଆଜି ସର୍ବଭାରତସ୍ତରରେ ରେଳରୋକ ଆନ୍ଦୋଳନକୁ ସମର୍ଥନ କରି ଅଲ୍ ଇଣ୍ଡିଆ କିଶାନ୍ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ଆଜି ଜୟପୁର ରେଳଷ୍ଟେସନ ଠାରେ ରେଳରୋକ କରାଯାଇଥିଲା।

କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସକୁ କିଛି ସମୟ ଧରି ଷ୍ଟେସନରୁ ଏମାନେ ଛାଡି ନଥିଲେ। ପରେ ଆରପିଏଫ୍ ଏମାନଙ୍କୁ ବହୁ ବୁଝାସୁଝା କରିବା ପରେ ଧାରଣାରୁ ଓହରିଥିଲେ। ଏଥିରେ ସଂଗଠନ ପକ୍ଷରୁ ସଦାଶିବ ଦାସ, ରାମଚନ୍ଦ୍ର ବାରିକ, ସୂର୍ଯ୍ୟନାରାଣ ବିଷୋୟୀ, ରାମଚନ୍ଦ୍ର ନାୟକ, ଭଗବାନ ଖରା, ଭୀମ ଟାକିରୀଙ୍କ ସହ ବହୁ ଚାଷୀ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe