Railway gate closed Photograph: (sambad.in)
ଲାଠିକଟା: ବହୁ ବର୍ଷରୁ ବନ୍ଧମୁଣ୍ଡା ବରସୁଆଁ ରେଳଲାଇନ୍ର ଟୁରିବେର୍ଣ୍ଣା ନିକଟରେ ୧୪୩ ନଂ ଜାତୀୟ ରାଜପଥକୁ ଲାଗି ରହିଛି ଏହି ରେଳଫଟକ। ଉକ୍ତ ଫାଟକ ଦେଇ ଲାଠିକଟା ବ୍ଲକ୍ର ଟୁରିବେର୍ଣ୍ଣା, ଏରଗେଡା, କୁଲାମୁଣ୍ଡା, ହାତୀଓଡା, ସର୍ଗୀଗଡ଼ ଆଦି ଗ୍ରାମର ଲୋକେ ଯାତାୟାତ କରନ୍ତି।
ଏହା ସହିତ ସାଇକଲ, ବାଇକ୍, ୪ ଚକିଆ ଓ ୩ ଚକିଆ ଗାଡ଼ି ଗୁଡ଼ିକ ମଧ୍ୟ ଯାତାୟାତ କରିଥାଏ। କିନ୍ତୁ ରେଳବାଇ ଗତ ଦୁଇ ବର୍ଷ ତଳେ ଫାଟକ ନିକଟରେ ଏକ ଅଣ୍ଡରପାସ୍ ନିର୍ମାଣ କରିଛି।ଉକ୍ତ ପୋଲ ତଳେ ସାମାନ୍ୟ ବର୍ଷା ହେଲେ ପାଣି ଜମି ରହୁଛି। ଏହାଛଡ଼ା ଅଧିକ ଉଚ୍ଚତା ଥିବା ଗାଡ଼ି ଗୁଡିକ ଯାତାୟାତ କରିପାରୁନି।
ରେଳବାଇ ଗତ ଅଗଷ୍ଟ ମାସରେ ଉକ୍ତ ଫାଟକକୁ ବନ୍ଦ କରିବା ସଂପର୍କରେ ଉକ୍ତ ଫାଟକ ନିକଟରେ ସ୍ଥାନୀୟ ସରପଞ୍ଚ ତଥା ନିକଟସ୍ଥ ଗ୍ରାମବାସୀ ମାନଙ୍କୁ ନେଇ ଏକ ବୈଠକ କରିଥିଲେ। ଉକ୍ତ ବୈଠକରେ ରେଳବାଇର ଅଧିକାରୀଗଣ ଉକ୍ତ ଫାଟକ ବନ୍ଦ କରାଯିବ ତେଣୁ ଅଣ୍ଡରପାସ୍ ଦେଇ ଯାତାୟାତ କରିବାକୁ ପରାମର୍ଶ ଦେବା ସହ ଏନ୍ଓସି ଫର୍ମରେ ଦସ୍ତଖତ କରିବାକୁ କହିଥିଲେ।
ଉପସ୍ଥିତ ଗ୍ରାମବାସୀ ଉକ୍ତ ଅଣ୍ଡରପାସ୍ ରାସ୍ତାରେ ସାମାନ୍ୟ ବର୍ଷାରେ ପାଣି ଜମି ରହୁଛି, ଅଧିକ ଉଚ୍ଚତା ଥିବା ଗାଡ଼ି ମଧ୍ୟ ଯାତାୟାତ କରିପାରୁନି କହି ଏନ୍ଓସିରେ ଦସ୍ତଖତ କଲେ ନାହିଁ। ତେଣୁ ସେଠାରେ ଏକ ଫ୍ଲାଏ ଓଭର ନିର୍ମାଣ କରିବାକୁ ଗ୍ରାମବାସୀ ରେଳବାଇ ଅଧିକାରୀଙ୍କୁ କହିବା ସହ ଏକ ଲିଖିତ ଅଭିଯୋଗ କରିଥିଲେ।
କିନ୍ତୁ ଗତ ଏକ ମାସ ହେବ ଉକ୍ତ ଫାଟକକୁ ରେଳବାଇ ମରାମତି ନାମରେ ଏକ ସାଇନ୍ବୋର୍ଡ ଲଗାଇ ବନ୍ଦ କରିଦେଇଛନ୍ତି। ଫାଟକ ନିକଟରେ କୌଣସି ମରାମତି କାର୍ଯ୍ୟ କରାଯାଉନାହିଁ। ଏହି ଫାଟକ ବନ୍ଦହେବା ଯୋଗୁ ଅଧିକ ଉଚ୍ଚତା ଥିବା ସ୍କୁଲବସ୍ ତଥା ଅନ୍ୟ ଗାଡ଼ି ଗୁଡିକ ଯାତାୟାତ କରିପାରୁନି।
ଅଧିକ ପଢ଼ନ୍ତୁ: ଗୁରୁତର ମହିଳା ରୋଗୀଙ୍କୁ ରକ୍ତ ଦେଲେ ଡାକ୍ତର
ଯାହାଫଳରେ ଏହି ୬ ଖଣ୍ଡ ଗାଁର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏରଗେଡା ଗ୍ରାମକୁ ଏକ ପାଇପ ନେଇ ଆସିଥିବା ଗାଡ଼ି ମଧ୍ୟ ଯାଇ ନ ପାରି ରାସ୍ତା ପାଖରେ ପାଇପ ଗୁଡ଼ିକ ପକାଇ ଚାଲି ଯାଇଥିଲା। ଉକ୍ତ ଫାଟକକୁ ଖୋଲିବାକୁ ୬ଟି ଗ୍ରାମର ଲୋକେ ତଥା ଲାଠିକଟା ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୁଖ ରେଳବାଇ ଅଧିକାରୀ, ରଘୁନାଥପାଲି ବିଧାୟକ ତଥା ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଅଧିକ ପଢ଼ନ୍ତୁ: ପିଲାମାନଙ୍କ ପାଇଁ ଏଚଏମପିଭି କେତେ ବିପଜ୍ଜନକ? ନୂତନ ଅଧ୍ୟୟନରେ ଆଶ୍ଚର୍ଯ୍ୟ ଜନକ ତଥ୍ୟ
Follow Us