ସ୍କୁଲ ଓ ଗାଁ’ ମଝିରେ ରେଳ ଲାଇନ: ଗ୍ରାମବାସୀ ଭୟଭୀତ, ସ୍କୁଲ ସ୍ଥାନାନ୍ତର ଦାବି

Advertisment
ସ୍କୁଲ ଓ ଗାଁ’ ମଝିରେ ରେଳ ଲାଇନ: ଗ୍ରାମବାସୀ ଭୟଭୀତ, ସ୍କୁଲ ସ୍ଥାନାନ୍ତର ଦାବି

Deccan Herald

ବୌଦ୍ଧ: ନିର୍ମାଣାଧୀନ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଗାଁ’କୁ ଦୁଇଭାଗ କରିଛି। ଗାଁ’ଠାରୁ ୭୦୦ ମିଟର ଦୂରରେ ଥିବା ସ୍କୁଲ ମଝିରେ ପାଚେରୀ ଭଳି ରହିଛି। ଛାତ୍ରଛାତ୍ରୀମାନେ ସ୍କୁଲକୁ ଯାଉଥିବା ରାସ୍ତା ବନ୍ଦ ହୋଇ ଯାଇଛି। ଛୋଟ ଛୋଟ ପିଲା ରେଳ ଲାଇନ ଅତିକ୍ରମ କରି ସ୍କୁଲ ଯାଇ ପାରୁନାହାନ୍ତି। ରେଳ ଚଳାଚଳ ଆରମ୍ଭ ହେଲେ ଗ୍ରାମବାସୀଙ୍କ ପାଇଁ ବିପଦ ବଢ଼ିବ। ଏଭଳି ସ୍ଥିତିରେ ରହିଛନ୍ତି ବୌଦ୍ଧ ବ୍ଲକ୍ ମୁଣ୍ଡିପଦର ପଞ୍ଚାୟତ ଗୋପୀନାଥପୁର ଗ୍ରାମର ବାସିନ୍ଦା। ସୂଚନାଯୋଗ୍ୟ, ୧୯୭୧ ମସିହାରୁ ଗାଁ’ରେ ଏକ ପ୍ରାଥମିକ ସ୍କୁଲ ରହିଛି।

ଏଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଢୁଛନ୍ତି। ତେବେ ସ୍କୁଲ ଯିବା ବାଟରେ ରେଳ ଲାଇନ ଯୋଗୁଁ ପିଲାମାନେ ସ୍କୁଲ୍ ଯିବାକୁ ମଙ୍ଗୁନାହାନ୍ତି। ଫଳରେ ଗ୍ରାମର ଅନ୍ୟସ୍ଥାନରେ ସ୍କୁଲଘର ନିର୍ମାଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ ଖାତା ନଂ. ୧୧୦, ପ୍ଲଟ୍ ନଂ ୩୭୬ରେ ୧.୭୫ ଏକର ସରକାରୀ ଜମି ରହିଛି। ସ୍ଥାନଟି ରେଳ ଲାଇନର ଗାଁ’ ପାର୍ଶ୍ବରେ ଥିବାରୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଯିବାକୁ ସୁବିଧା ହେବ। ଏ ସମ୍ପର୍କରେ ଗ୍ରାମବାସୀମାନେ ଗତ ୧୭ ନଭେମ୍ବର ୨୦୨୨ରେ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଥିଲେ। ହେଲେ କୌଣସି ଫଳ ନ ମିଳିବାରୁ ସୋମବାର ଜିଲ୍ଲାପାଳଙ୍କ ଅଫିସରେ ଅନୁଷ୍ଠିତ ଜନଅଭିଯୋଗ ଶୁଣାଣି ଶିବିରରେ ପୁନର୍ବାର ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe