ରେଳପଥ ପାଇଁ ଏମଭି-୪୩ ଗ୍ରାମସଭା, ୫୧.୬୮ ଏକର ଜମି ଅଧିଗ୍ରହଣ ହେବ

Advertisment
ରେଳପଥ ପାଇଁ ଏମଭି-୪୩ ଗ୍ରାମସଭା, ୫୧.୬୮ ଏକର ଜମି ଅଧିଗ୍ରହଣ ହେବ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ରେଳପଥ ପାଇଁ ଆଜି ଏମଭି-୪୩ ଗ୍ରାମର ବସନ୍ତପୁର ଠାରେ ରେଳ ବିଭାଗ ପକ୍ଷରୁ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ରେଳ ବିଭାଗର ଇଞ୍ଜିନିୟର ଡି. ରମେଶ, ସ୍ବତନ୍ତ୍ର ଅଧିକାରୀ ସୁରଜ ପଟ୍ଟନାୟକ, ପୌରାଧ୍ୟକ୍ଷ ମନୋଜ ବାରିକ, ସ୍ଥାନୀୟ ରାଜସ୍ବ ନିରୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।ବସନ୍ତ ପୁର ଅଞ୍ଚଳର ପ୍ରାୟ ୫୧.୬୮ ଏକର ଚାଷ ଜମି ନଷ୍ଟ ହେବ ବୋଲି ସଭାରେ ରେଳ ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ପ୍ରାୟ ଏହି ଅଞ୍ଚଳର ୬୫ ଜଣଙ୍କ ଘର ମଧ୍ୟ ନଷ୍ଟ ହେବ ବୋଲି କୁହାଯାଇଛି। ସେମାନଙ୍କୁ ରେଳବିଭାଗ ପକ୍ଷରୁ କ୍ଷତିପୂରଣ ଦେବା ସହ ବିସ୍ଥାପିତଙ୍କୁ ଥଇଥାନ କରାଯିବା ନେଇ ସ୍ପଷ୍ଟିକରଣ ଦିଆଯାଇଥିଲା।ବସନ୍ତପୁର ଅଞ୍ଚଳର ଲୋକେ କିପରି ଟଙ୍କା ପାଇବେ ଏବଂ କେବେ ପାଇବେ ସେନେଇ ପ୍ରଶ୍ନ କରିଥିଲେ।

ତେବେ ତୁରନ୍ତ ସମସ୍ତ ଅଧିଗ୍ରହଣ ସରିବା ପରେ ଟଙ୍କା ପ୍ରଦାନ କରାଯିବ। ଏଥିସହ ଯଦି କାହାର ଫଳନ୍ତି ଗଛ ସହ ବଡ ବଡ ଗଛ ନଷ୍ଟ ହେଉଛି, ତେବେ ସେନେଇ ମଧ୍ୟ ତଦନ୍ତ କରାଯାଇ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି।ଜମି ଅଧିଗ୍ରହଣ ପରେ ତୁରନ୍ତ କାମ ଚାଲୁ କରାଯିବ ବୋଲି କୁହାଯାଇଛି। ଲୋକଙ୍କ ମଧ୍ୟରେ ରହିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରେଳ ବିଭାଗର ଇଞ୍ଜିନିୟର ସହ ଅନ୍ୟ ଅତିଥିମାନେ କହିଥିଲେ। ତେବେ ବହୁ ପରମାଣର ଚାଷ ଜମି ନଷ୍ଟ ହେଉଥିବାରୁ ଏନେଇ ଚାଷୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା। ତେଣୁ ଏହାର ଠିକ କ୍ଷତିପୂରଣ ଦିଆଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe