ବୈଷୟିକ ଦିଗକୁ ଗୁରୁତ୍ୱ ନ ଦେଇ ଡ୍ରେନ ନିର୍ମାଣ; ଅସରାଏ ବାର୍ଷାରେ ବୁଡ଼ିଲା ଘର

Advertisment

ବସ୍ତିବାସିନ୍ଦା ଘେରିଲେ ପୌରପରିଷଦ କର୍ମଚାରୀଙ୍କୁ

ବସ୍ତିବାସିନ୍ଦା ଘେରିଲେ ପୌରପରିଷଦ କର୍ମଚାରୀଙ୍କୁ

ବୈଷୟିକ ଦିଗକୁ ଗୁରୁତ୍ୱ ନ ଦେଇ ଡ୍ରେନ ନିର୍ମାଣ; ଅସରାଏ ବାର୍ଷାରେ ବୁଡ଼ିଲା ଘର
ବାରିପଦା: ଗତ ଜୁଲାଇ ୨୧ ଅପରାହ୍ନରେ ବାରିପଦା ସହରରେ ଅସରାଏ ବାର୍ଷା ହେବା ଦ୍ୱାରା ସହରର ୱାର୍ଡ ନମ୍ବର ୭ ମଧୁବନ ବଗିଚାସାହି ଅଞ୍ଚଳରେ ବୈଷୟିକ ଦିଗ ପ୍ରତି ଧ୍ୟାନ ଦିଆ ନ ଯାଇ ଡ୍ରେନ ନିର୍ମାଣ କାରଣରୁ ବାର୍ଷା ପାଣି ନିଷ୍କାସିତ ନ ହେବା ଫଳରେ ଛଅ ଟି ପରିବାରଙ୍କ ଘରେ  ପୋକ ସାଲୁବାଲୁ ଓ ଆଳିଆ ଆବର୍ଜନା ଭର୍ତ୍ତି ଡ୍ରେନ ପାଣି ଘର ଭିତରେ ପଶି ଯାଇଥିଲା । ଉକ୍ତ ୬ ପରିବାର ରୋଷେଇ କରି ନ ପାରି ଭୋକ ଉପବାସରେ ଜଳଘେର ମଧ୍ୟରେ ପିଲା ଛୁଆଙ୍କୁ ଧରି ରାତି କଟାଇ ଥିଲେ ।
ଏହି ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଆଜି ପୌରପରିଷଦର ସହକାରୀ ଯନ୍ତ୍ରୀ ମନମୋହନ ମହାପାତ୍ର ଅନ୍ୟ କର୍ମଚାରୀଙ୍କ ସହ ୱାର୍ଡରେ ପହଂଚିବା ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଘେରି ଯାଇ ତୁରନ୍ତ ପାଣି ନିଷ୍କାସନର ସ୍ଥାୟୀ ସମାଧାନ କରାଇବା ଦାବିରେ ଘେରି ଯାଇଥିଲେ । ଏହାପରେ ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ଉପଜିଲାପାଳ ଅନ୍ୟା ଦାସ ବାରିପଦା ତହସିଲର ଅତିରିକ୍ତ ତହସିଲଦାରଙ୍କୁ ଘଟଣା ସ୍ଥଳକୁ ପରିସ୍ଥିତି ଅନୁଧ୍ୟାନ କରିବାକୁ ପଠାଇବା ପରେ ପାଣି ପମ୍ପ ଲଗାଇ ଅସ୍ଥାୟୀ ଭାବେ ଡ୍ରେନରେ ନିଷ୍କାସିତ ହୋଇ ନ ପାରି ଜମି ରହିଥିବା ପାଣିକୁ ନିଷ୍କାସିତ କରାଇଥିଲେ ।
ଜୁଲାଇ ୨୩ରେ ସ୍ଥାୟୀ ପ୍ରତିକାରର ରାସ୍ତା ବାହାର କରାଯିବ ବୋଲି ଜଣା ପଡ଼ିଛି  ।ସୂଚନା ଯୋଗ୍ୟ ଯେ, ମଧୁବନ ବଗିଚାସାହି ଅଂଚଳରୁ ବଳକା ପାଣି ନିଷ୍କାସିତ ହେବା ନିମନ୍ତେ ପ୍ରାୟ ୩୦ ବର୍ଷରୁ ଅଧିକ ହେବ ପୌରପରିଷଦ ପକ୍ଷରୁ  ଡ୍ରେନ ନିର୍ମାଣ କରାଯାଇଥିଲା ।  ମାତ୍ର ଯତୀନ ଦାସ, ସଚିନ୍ଦ୍ର ନାଥ ଦାସ ପ୍ରମୁଖ ଡ୍ରେନଟି ତାଙ୍କର ଟିକଟ ଭୁକ୍ତ ସମ୍ପତ୍ତି ମଧ୍ୟଦେଇ ଯାଇଥିବାର ଦର୍ଶାଇ ମାଟି ଭର୍ତ୍ତି କରି ବନ୍ଦ କରି ଦେଲେ । ଏହି ସମୟରେ ଡ୍ରେନଟି ଅନ୍ୟ ଏକ ମୁଖ୍ୟ ଡ୍ରେନକୁ  ସଂଯୋଗ କରିଥିବା ବେଳେ ପୌରପରିଷଦର ସହକାରୀ ଯନ୍ତ୍ରୀ ମନମୋହନ ମହାପାତ୍ର  କୌଣସି କାଗଜପତ୍ର ପ୍ରସ୍ତୁତ କରାନଯାଇ ଆଇନର ପଛ ଦ୍ୱାର ଦେଇ ବିନା ସୂଚନା ଫଳକରେ ଜବରେ ନିଜର ବିଶ୍ୱସ୍ତ ଠିକାଦାର ଲଗାଇ ବୈଷୟିକ ଦିଗ ପ୍ରତି ଧ୍ୟାନ ନ ଦେଇ ଜେସିବି ମେସିନ ଲଗାଇ ଖୋଲି ନିଜ ମନଇଚ୍ଛା ଭାବେ ଡ୍ରେନ ନିର୍ମାଣ କଲେ ଏବଂ ମୁଖ୍ୟ ଡ୍ରେନ ଉଚ୍ଚରେ ରହିଥିବା ବେଳେ  ନିର୍ମାଣ  ହୋଇଥିବା ଉକ୍ତ ଡ୍ରେନଟି ନିମ୍ନରେ ରହିଲା ।
publive-image
ଯଦି ଡ୍ରେନକୁ ମୁଖ୍ୟ ଡ୍ରେନ ସହ ସଂଯୋଗ କରାଯିବ ତେବେ ପାଣି ଉଲଟା ଦିଗରେ ମାଡି ଆସିବ । ତେଣୁ  ଡ୍ରେନକୁ ମୁଖ୍ୟ ଡ୍ରେନ ସହ ସଂଯୋଗ କରା ନ ଯାଇ ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡି ଦିଆଯିବାରୁ ବର୍ଷା ପାଣି କୌଣସି ଦିଗକୁ ନିଷ୍କାସିତ ହୋଇ ନ ପାରି ତଳିଆ ବସ୍ତିବାସିନ୍ଦାଙ୍କ ଘରେ ପ୍ରବେଶ କରିଥିଲା । ସେହିପରି ସ୍ଥାନୀୟ ଜନସାଧାରଙ୍କ  କହିବା ଅନୁସାରେ ପୂର୍ବରୁ ଯେଉଁ ଡ୍ରେନ ଦେଇ ପାଣି ନିଷ୍କାସିତ ହେଉଥିଲା ଏବଂ ବର୍ତ୍ତମାନ ନିଜର ଟିକଟ ସମ୍ପତ୍ତି ବୋଲି ଯାହାକୁ ଦାବି କରାଯାଉଛି , ସେମାନଙ୍କ ଜାଣିବାରେ ତାହା ଦେବୋତ୍ତର ବିଭାଗର ସମ୍ପତ୍ତି ରହିଥିଲା । ଚଂଚକତା ଜାରି ଉକ୍ତ ସ ଦେବୋତ୍ତର ସମ୍ପତ୍ତିକୁ ନିଜ ନାମରେ କରାଇ ନେଇଛନ୍ତି । ଏଣୁ ମୟୂରଭଂଜ ଗଡଜାତ ରାଜ୍ୟ ଓଡିଶା ପ୍ରଦେଶ ସହ ମିଶ୍ରଣ ଏବଂ ମୟୂରଭଂଜ ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହେବା ସମୟରେ ରେକର୍ଡ଼ ବାହାର କରାଯାଇ ସମ୍ପତ୍ତିର ପ୍ରକୃତ ମାଲିକାନା ସତ୍ୱ କାହା ନାମରେ ରହିଛି ତାହାକୁ ତର୍ଜମା କରିବାକୁ ଦାବି କରିବା ସଙ୍ଗେ ସଙ୍ଗେ ଅବିଳମ୍ବେ ବଳକା ପାଣି ନିଷ୍କାସନର ସ୍ଥାୟୀ ପ୍ରତିକାର କରାଯିବାର ଦାବି କରିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe