ଆସନ୍ତାକାଲି ମହାବାହୁଙ୍କର ବାହୁଡା ଯାତ୍ରା, ଶରଧାବାଲିରେ ଆଣ୍ଠୁଏ ପାଣି, ଜାରି ରହିଛି ବର୍ଷା

Advertisment
ଆସନ୍ତାକାଲି ମହାବାହୁଙ୍କର ବାହୁଡା ଯାତ୍ରା, ଶରଧାବାଲିରେ ଆଣ୍ଠୁଏ ପାଣି, ଜାରି ରହିଛି ବର୍ଷା

ପୁରୀ: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଗତକାଲି ରାତିରେ ପୁରୀରେ ୨୭୮ ମିଲିମିଟର ବର୍ଷା ହୋଇଥିଲା। ପ୍ରବଳ ବର୍ଷାରେ ପୁରୀ ସହରର ଅବସ୍ଥା ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି। ଆସନ୍ତାକାଲି ମହାବାହୁଙ୍କର ବାହୁଡ଼ା ଯାତ୍ରା। ଏପଟେ ସମୁଦ୍ରରେ ବଡ଼ବଡ଼ ଲହଡି ଉଠୁଥିବା ହେତୁ ସମୁଦ୍ରକୂଳ ରାସ୍ତା ଓ  ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଘରେ ପାଣି ଭରି ରହିଛି। ପେଣ୍ଠକଣା ବସ୍ତି, ବାଲି ନୋଳିଆ ସାହି ଓ ଷ୍ଟେସନ୍‌ ବସ୍ତି ଆଦି ଜଳବନ୍ଦୀରେ ରହିଛି। ସକାଳୁ କିଛି ସମୟ ପାଇଁ ବର୍ଷା ଥମି ଥିବା ବେଳେ ପୁଣି ଆରମ୍ଭ ହୋଇଯାଇଛି ବର୍ଷା। ପ୍ରବଳ ବର୍ଷାରେ ବଡ଼ଦାଣ୍ଡରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଲହଡ଼ି ମାରୁଛି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଆଣ୍ଠୁଏ ପାଣିରେ ବୁଡ଼ି ରହିଛି ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥ। ବର୍ଷା ପାଣିରେ ବଡ଼ଦାଣ୍ଡର  ଏକ ହୋଟେଲର ପାଚେରୀ ବି ଭୁଷୁଡି ପଡ଼ିଛି।

ପ୍ରବଳ ବର୍ଷା ହେତୁ ଶରଧାବାଲିରେ ବି ପାଣି ଜମି ରହିଛି। ଅାସନ୍ତାକାଲି  ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ତେବେ ମହାପ୍ରଭୁଙ୍କ ପହଣ୍ଡି ଓ ଅନ୍ୟ ନୀତିକାନ୍ତି ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁସାରେ ସଂପାଦନ ହେବ। ଏନେଇ ପ୍ରାଶାସନ ପକ୍ଷରୁ ବି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe