ୟାସ୍ ପ୍ରଭାବ : ସୁନ୍ଦରଗଡ଼ ଜିଲ୍ଲାରେ ହାରାହାରି ୧୦୧ ମିଲିମିଟର ବର୍ଷା

କୋଇଡ଼ା, ଲାଠିକଟା, ବିଶ୍ରା ବ୍ଲକରେ ସର୍ବାଧିକ

ବଙ୍ଗୋପ ସାଗରରେ ଆସୁଛି ବାତ୍ୟା: ୨୫ରେ ବାତ୍ୟା ରୂପ ନେଇ ଦିଗ ପରିବର୍ତ୍ତନ କରିବ

New Indian Express

ରାଉରକେଲା: ‘ୟାସ୍’ ବାତ୍ୟା ଜନିତ ଦୁଇ ଦିନର ଲଗାଣ ବର୍ଷା ପରେ ନିସ୍ତାର ପାଇଛି ସୁନ୍ଦରଗଡ଼ ଜିଲ୍ଲା। ଗତ ରବିବାର ଅପରାହ୍ନରେ ଆରମ୍ଭ ହୋଇଥିବା ଏହି ବର୍ଷା ଏବେ ସଂପୂର୍ଣ୍ଣମାତ୍ରାରେ ଛାଡ଼ିଯାଇଛି। ଗତକାଲି ମଧ୍ୟ ରାତ୍ରିରୁ ବର୍ଷା କ୍ରମଶଃ ହ୍ରାସ ପାଇଥିଲା। ଗତ ରବିବାର ଦିନ ଜିଲ୍ଲାର ଏକାଧିକ ବ୍ଲକରେ ବର୍ଷା ହୋଇଥିଲା। ତେବେ ଗତକାଲି ଜିଲ୍ଲାସାରା ବର୍ଷା ହୋଇଛି। ସୋମବାର ସକାଳ ୮ଟାରୁ ମଙ୍ଗଲବାର ସକାଳ ୮ଟା ପର୍ଯ୍ୟନ୍ତ, ଜିଲ୍ଲାରେ ହାରାହାରି ୧୦୧.୨୫ ମିଲିମିଟର ବର୍ଷା ହୋଇଛି। ତେବେ ରାଉରକେଲା ମହାନଗର ନିଗମ ଅଞ୍ଚଳ ମଧ୍ୟ ଏଥିରୁ ବର୍ତ୍ତିନି। ସହରରେ ମଧ୍ୟ ଦୁଇ ଦିନଧରି ଲଗାଣ ବର୍ଷା ଲାଗିରହିଥିଲା।

ଜିଲ୍ଲାର ୧୭ଟି ବ୍ଲକ ମଧ୍ୟରୁ କୋଇଡ଼ା ବ୍ଲକରେ ସର୍ବାଧିକ ବର୍ଷା ହୋଇଛି। ଏଠାରେ ୨୩୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୨୧୩ ମିଲିମିଟର ବର୍ଷା ସହ ଲାଠିକଟା ଦ୍ବିତୀୟ ଓ ୧୮୦ ମିଲିମିଟର ବର୍ଷା ସହ ତୃତୀୟ ସ୍ଥାନରେ ରହିଛି ବିଶ୍ରା ବ୍ଲକ। ସେହିଭଳି ହେମଗିର ବ୍ଲକରେ ୪୨ ମିଲିମିଟର ବର୍ଷା ହୋଇଥିବାବେଳେ ଲେଫ୍ରିପଡ଼ାରେ ୨୮ ମିଲିମିଟର, ଟାଙ୍ଗରପଲ୍ଲୀରେ ୨୬.୪ ମିଲିମିଟର, ସୁନ୍ଦରଗଡ଼ରେ ୪୮.୪ ମିଲିମିଟର, ସବଡେଗାରେ ୩୬ ମିଲିମିଟର, ବାଲିଶଙ୍କରାରେ ୩୩.୪ ମିଲିମିଟର, ବଡ଼ଗାଁରେ ୭୩.୬ ମିଲିମିଟର, କୁତ୍ରାରେ ୮୭.୪ ମିଲିମିଟର, ରାଜଗାଙ୍ଗପୁରରେ ୧୪୦.୬ ମିଲିମିଟର, କୁଆରମୁଣ୍ଡଶରେ ୧୬୯.୬ ମିଲିମିଟର, ନୂଆଗାଁରେ ୧୩୨.୭, ବଣାଇଁରେ ୬୩ ମିଲିମିଟର, ଲହୁଣୀପଡ଼ାରେ ୧୦୨ ମିଲିମିଟର ଓ ଗୁରୁଣ୍ଡିଆ ବ୍ଲକରେ ୧୧୩.୨ ମିଲିମିଟର ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe