ବର୍ଷା ଯୋଗୁଁ ଫସଲ ପ୍ରଭାବିତ: ଜିଲ୍ଲାପାଳଙ୍କୁ ଭେଟିଲେ ୨୫ ଗ୍ରାମର ଜନତା

Advertisment
ବର୍ଷା ଯୋଗୁଁ ଫସଲ ପ୍ରଭାବିତ: ଜିଲ୍ଲାପାଳଙ୍କୁ ଭେଟିଲେ ୨୫ ଗ୍ରାମର ଜନତା

ରାୟଗଡା: ରାୟଗଡା ଜିଲ୍ଲାରେ ଚଳିତ ବର୍ଷା ଋତୁରେ ସ୍ବଳ୍ପ ବର୍ଷା ହୋଇଥିବାରୁ ବହୁ ଅଂଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ରାୟଗଡା ବ୍ଲକର ତାଡମା ପଞ୍ଚାୟତର ୨୫ ଖଣ୍ଡ ଗ୍ରାମରେ ବର୍ଷାର ଅଭାବ ଯୋଗୁଁ ଫସଲ ପ୍ରଭାବିତ ହୋଇଛି। ଏହି ପଞ୍ଚାୟତରେ ବସବାସ କରୁଥିବା ଆଧିବାସୀମାନେ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି। ବର୍ଷର ଖାଦ୍ୟ ଏହି ଚାଷ ଉପରେ ହିଁ ନିର୍ଭର। ଚଳିତ ବର୍ଷ ସ୍ବଳ୍ପ ବର୍ଷା ଯୋଗୁଁ ଏହି ଅଂଚଳରେ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପ୍ରାୟ ୪୦୦ ଏକରରୁ ଊର୍ଦ୍ଧ୍ବ ଜମିରେ ଭଲ ଫସଲ ହୋଇନଥିବେ ଦେଖିବାକୁ ମିଳିଛି।

ସୋମବାର ଦିନ ତାଡମା ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ସମେତ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ନିଜର କଷ୍ଟାର୍ଜିତ ଅର୍ଥ ଚାଷରେ ଲଗାଇ ଏମାନେ ଏବେ ସର୍ବସ୍ବାନ୍ତ ହୋଇପଡିଛନ୍ତି। ଫସଲ ଭଲ ହୋଇନଥିବାରୁ ଏମାନେ ଏବେ କଣ କରିବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସରକାର ଏବଂ ପ୍ରଶାସନ ତରଫରୁ ଏମାନଙ୍କୁ ସହଯୋଗର ହାତ ବଢାନଗଲେ ପରିବାର ଦାଣ୍ଡର ଭିକାରୀ ସାଜିବେ ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି। ତେବେ କ୍ଷତିପୂରଣ ଦାବି କରି ଆଜି ଜିଲ୍ଲାପାଳଙ୍କୁ ଭେଟି ସମସ୍ତ ଦୁଃଖ ବଖାଣିଛନ୍ତି। ତୁରନ୍ତ ଏନେଇ ତଦନ୍ତ କରାଯାଇ କ୍ଷତିପୂରଣ ଦେବା ପାଇଁ କ୍ଷତି ସହିଥିବା ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe