ଅସରାଏ ବର୍ଷାରେ ଉବୁଟୁବୁ କଳିଙ୍ଗ ହାଉସିଂ କଲୋନି

Advertisment
ଅସରାଏ ବର୍ଷାରେ ଉବୁଟୁବୁ କଳିଙ୍ଗ ହାଉସିଂ କଲୋନି

ରାଉରକେଲା: ଅସରାଏ ବର୍ଷାରେ ଉବୁଟୁବୁ କଳିଙ୍ଗ ହାଉସିଂ କଲୋନି (ପି.କେ. ଦାଶ କଲୋନି)। କେବଳ ଆଜି ନୁହେଁ ପ୍ରାୟ ୪ ବର୍ଷ ଧରି ଏମିତି ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା। ଥରେ ନୁହେଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। କିନ୍ତୁ ଏମାନଙ୍କ ଦୁଃଖ ଶୁଣିବାକୁ କାହାରି ପାଖରେ ସମୟ ନାହିଁ। ଦୁର୍ଦ୍ଦଶାର ପ୍ରମୁଖ କାରଣ ହେଉଛି ସ୍ବରେଜ ପାଇପ୍‌ ବିଛା କାମ। ପାଇପ୍‌ ବିଛାଇ, ଚାମ୍ବର ନିର୍ମାଣ କଲୋନିର ମୁଖ୍ୟ ରାସ୍ତାକୁ ବରବାଦ୍‌ କରିଦେଲେ।

ବର୍ଷା ପାଣି ନିଷ୍କାସନ ପାଇଁ ଥିବା ଡ୍ରେନ୍‌କୁ ପୋତିଦେଇ ଚାଲିଗଲେ। ଯାହାର ଫଳ ଭୋଗୁଛନ୍ତି କଲୋନି ପ୍ରାୟ ୮୦ ପରିବାର ୫୦୦ ଅଧିକ ଲୋକ। ଅସରାଏ ବର୍ଷା ‌ହେଲେ କଲୋନିର ମୁଖ୍ୟ ରାସ୍ତା ଯାତାୟତ ଅନୁପଯୋଗୀ ହୋଇ ପଡୁଛି। ବର୍ଷା ପାଣି ନିଷ୍କାସନ ‌ନ ହୋଇପାରି ଅଧିକାଂଶ ଘରେ ଲହଡି ମାଗୁଛି। କିଛି ଲୋକ ଘରୁ ବାହାରି ପାରୁ ନାହାନ୍ତି। ଗୁରୁତର ରୋଗୀକୁ ହସ୍ପିଟାଲକୁ ଆଣିବାକୁ ଆମ୍ବଲାନ୍ସ ଯାଇ ପାରୁନି। ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଏଭଳି ଦହଗଞ୍ଜ ହେଉଥିବା ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe