ବରଗଡ଼ ଜିଲ୍ଲାରେ ବନ୍ୟା କଲା ଭଳି ବର୍ଷା

Advertisment
ବରଗଡ଼ ଜିଲ୍ଲାରେ ବନ୍ୟା କଲା ଭଳି ବର୍ଷା

The Statesman

ବରଗଡ଼: ତିନି ଦିନ ଧରି ସାଂଘାତିକ ବର୍ଷା ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ କରି ଦେଇଛି। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ମୋଟ୍‌ ୭୬୩.୩ ମିମି ବର୍ଷା ରେକର୍ଡ କରାଯାଇଛି। ବରଗଡ଼ ବନ୍ୟା ପ୍ରପୀଡ଼ିତ ଜିଲ୍ଲା ହୋଇନଥିଲେ ହେଁ ବନ୍ୟା କରି ଦେବା ଭଳି ବର୍ଷା ହୋଇଛି। ତଳୁଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇଯାଇଛି। ଜୁନ୍‌ ମାସରେ ଜିଲ୍ଲାର ସ୍ବାଭାବିକ ବୃଷ୍ଟିପାତ ୨୦୫.୬ ମିମି ହେବା କଥା। କିନ୍ତୁ ଶେଷ ସପ୍ତାହରେ ଜିଲ୍ଲାରେ ହାରାହାରି ବୃଷ୍ଟିପାତ ୧୯୬.୫୫ ମିମି ଅତିକ୍ରମ କରିଛି। ଲଗାଣ ବର୍ଷା ଯୋଗୁଁ ଉଠାଦୋକାନୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ସାମଗ୍ରୀତକ ଓଦା ହୋଇଯାଇଛି। ବିଭିନ୍ନ ସ୍ଥାନରେ ନର୍ଦ୍ଦମା ଜାମ୍‌ ହେବା ଯୋଗୁଁ ଅଳିଅା ଅାବର୍ଜନା ପାଣି ରାସ୍ତା ଉପରେ ଛୁଟିଛି। କିଛି ଦିନ ତଳେ ବିଭିନ୍ନ ସ୍ଥାନରେ ନାଳନର୍ଦ୍ଦମାରୁ ମାଟି କଢ଼ା ଯାଇଥିଲା। ବର୍ଷା ଯୋଗୁଁ ମାଟିତକ ପୁଣି ନର୍ଦ୍ଦମାରେ ଭରି ଯାଇଛି। ସହରର ମୁଖ୍ୟ ରାସ୍ତାକଡ଼ରେ ଥିବା ଡ୍ରେନ୍‌ ଅବରୋଧ ହୋଇଥିବାରୁ ପାଣି ନିଷ୍କାସିତ ହୋଇପାରୁନାହିଁ। ଫଳରେ ରାସ୍ତା ଉପରେ ନର୍ଦ୍ଦମା ପାଣି ଭରି ରହିଛି। ତଳିଅା ଅଞ୍ଚଳରେ ପାଣି ଜମି ଥିବା ସୂଚନା ମିଳିଛି। ଜିଲ୍ଲାର ପ୍ରାୟତଃ ସମସ୍ତ ବ୍ଲକରେ ପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପାଇକମାଳ ବ୍ଲକ୍‌ରେ ସର୍ବାଧିକ ୩୩୭.୦ ମିମି, ପଦ୍ମପୁରରେ ୩୦୯.୦୦ ମିମି ବର୍ଷା ରେକର୍ଡ ହୋଇଛି।

ଜୁନ୍‌ରେ ବୃଷ୍ଟିପାତକୁ ଲକ୍ଷ୍ୟ କଲେ ଅମ୍ବାଭୋନାରେ ୧୬୮.୦୦ ମିମି, ଅତାବିରାରେ ୧୬୭.୬୦ ମିମି, ବରଗଡ଼ରେ ୨୨୯.୮୦ ମିମି, ବରପାଲିରେ ୧୫୫.୦୦ ମିମି, ଭଟଲିରେ ୧୫୨.୦୦ ମିମି, ଭେଡ଼େନରେ ୯୪.୨୦ ମିମି,  ବିଜେପୁର ୨୦୮.୦୦ ମିମି, ଗାଇସିଲାଟ୍ ୧୩୮.୦୦ ମିମି,  ଝାରବନ୍ଧ ୨୭୧.୦୦ ମିମି,  ପଦ୍ମପୁର ୩୦୯.୦୦ ମିମି, ପାଇକମାଳ ୩୩୭.୦୦ ମିମି, ସୋହେଲାରେ ୧୨୯.୦୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe