ରାସ୍ତାରେ ବନ୍ୟା ଭ୍ରମ

Advertisment
ରାସ୍ତାରେ ବନ୍ୟା ଭ୍ରମ

ତେଲକୋଇ: ଅସରାଏ ବର୍ଷାରେ ରାସ୍ତାରେ ଜମୁଛି ପାଣି। ରାସ୍ତା ବୁଡ଼ି ଯାଉଥିବାରୁ ଯାତାୟାତରେ ସମସ୍ୟା ହେଉଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଖୁଣ୍ଟାପଡ଼ା ବ୍ରହ୍ମେଶ୍ବର ମନ୍ଦିର ଛକରେ। ଖୁଣ୍ଟାପଡ଼ା-ପଡ଼ାଙ୍ଗ-କାଳିଆହତା ପୂର୍ତ୍ତ ବିଭାଗ ରାସ୍ତାର ଖୁଣ୍ଟାପଡ଼ଶ ବ୍ରହ୍ମେଶ୍ବର ମନ୍ଦିର ଛକରେ ଡ୍ରେନ୍‌ ଓ ପୋଲ ପୋତି ହୋଇଯିବାରୁ ବର୍ଷାଜଳ ନିଷ୍କାସନ ହୋଇନପାରି ରାସ୍ତାରେ ଜମୁଛି। ପାଣି ମନ୍ଦିର ପରିସରରେ ପଶୁଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe