ମନ୍ଦିରରେ ପୂଜା ପାଇଲେ ଗରୁଡ଼ ପରି ଦେଖାଯାଉଥିବା ପକ୍ଷୀ

Advertisment
ମନ୍ଦିରରେ ପୂଜା ପାଇଲେ ଗରୁଡ଼ ପରି ଦେଖାଯାଉଥିବା ପକ୍ଷୀ

ଭୁବନେଶ୍ବର/ବେଗୁନିଆପଡ଼ା: ଗଂଜାମ ଜିଲ୍ଲା ବେଗୁନିଆପଡ଼ାସ୍ଥିତ ମା'ମଙ୍ଗଳା ମନ୍ଦିର ପରିସରରେ ଶନିବାର ୩ଟି ବିରଳ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ପକ୍ଷୀଗୁଡ଼ିକ ଗରୁଡ଼ ପରି ଦେଖାଯାଉଛନ୍ତି। ସ୍ଥାନୀୟ ଲୋକେ ପକ୍ଷୀମାନଙ୍କୁ ପୂଜା କରିବା ସହ ଫଳ ଖାଇବାକୁ ଦେଇଛନ୍ତି। ଆଜି ସକାଳୁ ଗୋଟିଏ ପକ୍ଷୀ ମରିଯାଇଥିବା ସୂଚନା ମିଳିଛି।

ଆସନ୍ତା ୧୭ ତାରିଖ ଦିନ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ। ସେହିପରି ଉତ୍ତରପ୍ରଦେଶର ଆଧ୍ୟାତ୍ମିକ ନଗରୀ  ଅଯୋଧ୍ୟରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଜାନୁଆରି ୨୨ ତାରିଖରେ ହେବ। ଏଥି ପାଇଁ ଉଭୟ ପୁରୀ ଓ ଅଯୋଧ୍ୟାରେ ପ୍ରସ୍ତୁତି ଜୋରଦାର ହୋଇଚି। ଦେଶର ୨ଟି ଆଧ୍ୟାତ୍ମିକ ନଗରରେ ବଡ଼ଧରଣର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପୂର୍ବରୁ ଓଡ଼ିଶାରେ ଦେଖାଯାଇଥିବା ବିରଳ ପକ୍ଷୀଙ୍କୁ ଗରୁଡ଼ ପକ୍ଷୀଙ୍କ ଆଗମନ ହୋଇଛି ବୋଲି ସନାତନ ଧର୍ମ ଉପରେ ବିଶ୍ବାସ ରଖୁଥିବା ବ୍ୟକ୍ତି ବିଶେଷ ମତ ଦିଅନ୍ତି।

ସୂଚନାଯୋଗ୍ୟ, ନିକଟରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ ତୀରଖୁଆ ଗ୍ରାମରେ କିଛି ଯୁବକ ଚାଷଜମିକୁ ଆସିଥିବା ବେଳେ ଏକ ଛୋଟ ଭଙ୍ଗା ତାଳଗଛରେ ୩ଟି ବିରଳ ପକ୍ଷୀ ଦେଖିବାକୁ ପାଇଥିଲେ। ସେମାନେ ଏପରି ପକ୍ଷୀ ଆଗରୁ ଦେଖି ନ ଥିବା ବେଳେ ପ୍ରଥମ ଥର ଦେଖି ସେମାନେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଖବର ଶୁଣି ଏହି ବିରଳ ପକ୍ଷୀଙ୍କୁ ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ଼ ଜମିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe