ବିରଳ ପ୍ରଜାତିର ଗୁଣ୍ଡୁଚି ମୂଷା ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର

ବିରଳ ପ୍ରଜାତିର ଗୁଣ୍ଡୁଚି ମୂଷା ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର

ମାଲକାନଗିରି: ମାଲକାନଗିରି ବନାଞ୍ଚଳ ତରଫରୁ ଏକ ବିରଳ ପ୍ରଜାତିର ଗୁଣ୍ଡୁଚି ମୂଷାକୁ ଉଦ୍ଧାର କରାଯାଇଛି। ବନ ବିଭାଗ ଏହି ଗୁଣ୍ଡୁଚି ମୂଷାର ଚିକିତ୍ସା ଆରମ୍ଭ କରିଛି। ମାଲକାନଗିରି ବ୍ଲକ ଅନ୍ତର୍ଗତ ଗଂଗଲା ପଞ୍ଚାୟତର ବାପନପାଲି ଗ୍ରାମର କିଛି ଯୁବକ ରାସ୍ତାରେ ଅଚେତ ଅବସ୍ଥାରେ ଏକ ବିରଳ ପ୍ରଜାତିର ଗୁଣ୍ଡୁଚି ମୂଷାକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ। ଯୁବକମାନେ ମୂଷାକୁ ପାଣି ଦେବା ପରେ ସେ ଟିକିଏ ସୁସ୍ଥ ହୋଇଥିଲା। ମୂଷାଟି ଗୁରୁତର ଥିବାରୁ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ ତୁରନ୍ତ ତାକୁ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିଥିବା କହିଥିଲେ।

publive-image

ମାଲକାନଗିରି ଜଂଗଲରେ ଏଭଳି ବିରଳ ପ୍ରାଣୀ ବାସ କରୁଥିବା କୁହାଯାଇଛି। ତେବେ ଏବେ ଏହା ସଂକଟ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ମାଲକାନଗିରିରେ ପ୍ରବଳ ଗରମ ହେଉଥିବାରୁ ହୁଏତ ଅଂଶୁଘାତରେ ମୂଷାଟି ଅଚେତ ହୋଇ ତଳେ ପଡିଯାଇଥାଇପାରେ ବୋଲି କୁହାଯାଇଛି। ଜିଲ୍ଲାରେ ବର୍ତ୍ତମାନ ୪୩ ଡିଗ୍ରୀ ପାରଦ ରହିଛି। ତେବେ ସୁସ୍ଥ ପରେ ଜଂଗଲରେ ଗୁଣ୍ଡୁଚି ମୂଷାକୁ ଛଡାଯିବ ବୋଲି ବନ ବିଭାଗ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe