ପ୍ରେମ ପାଇଁ ବଳିଦାନ: ଜଙ୍ଗଲରେ ବିଷ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ

Advertisment
ପ୍ରେମ ପାଇଁ ବଳିଦାନ: ଜଙ୍ଗଲରେ ବିଷ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ

Representational Picture

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ତିରିଙ୍ଗ ଥାନା ଅନ୍ତର୍ଗତ ଖେସେଲଡିହି ଗ୍ରାମରେ ବଡଦିନ ପରଦିନ ଅର୍ଥାତ୍‌ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖେସେଲଡିହି ଗ୍ରାମ ନିକଟରେ ଥିବା ଜଙ୍ଗଲ ଭିତରୁ ପ୍ରେମୀଯୁଗଳଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ପ୍ରେମ ଜନିତ ସମସ୍ୟାକୁ କେନ୍ଦ୍ର କରି ଯୁବକ-ଯୁବତୀ ଏହି ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।

publive-image

ଖେସେଲଡିହି ଗ୍ରାମରେ ପ୍ରେମୀଯୁଗଳ ବିଷ ପିଇ ଆତ୍ମହତ୍ୟା କରିଥିବା ଖବର ମିଳିବା ପରେ ସମଗ୍ର ଗ୍ରାମରେ ଚାଞ୍ଚଲ୍ୟ ଖେଳି ଯାଇଛି। ମୃତ ଯୁବକ ହେଉଛନ୍ତି  ବାଙ୍କିତୋଳା ଭୋଲାଗାଢ଼ିଆ ଗ୍ରାମର ଦୁର୍ଗା ସୋରେନ୍‌ଙ୍କ ପୁଅ ଲଖନ୍‌ ସୋରେନ୍‌ ଓ ବୟସ ୨୨ବର୍ଷ। ସେହିପରି ମୃତ ଯୁବତୀ ସ୍ୱର୍ଗତଃ ଦେବରାଜ ମୁର୍ମୁଙ୍କ କନ୍ୟା ଫୁଲ ଓରଫ ଚମ୍ପା ମୁର୍ମୁ ବୋଲି  ପୁଲିସ ସୂତ୍ରରୁ ପ୍ରକାଶ। ଜଙ୍ଗଲ ଭିତରୁ ମୃତଦେହକୁ ଜବତ କରି ତିରିଂ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe