ରାଇରଙ୍ଗପୁର ରେଳଷ୍ଟେସନ ଶୌଚାଳୟରେ ତାଲା

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରେଳଷ୍ଟେସନ ଅବ୍ୟବସ୍ଥା ଘେରରେ ରହିଛି । ଯାତ୍ରୀମାନଙ୍କ ପାଇଁ ଥିବା ଶୌଚାଳୟ କଥା ନ କହିଲେ ଭଲ । ସରକାର ସ୍ୱଚ୍ଛ ଭାରତ ଅଭିଯାନର ଡିଣ୍ଡିମ ପିଟୁଥିବା ବେଳେ ରାଇରଙ୍ଗପୁର ରେଳ ଷ୍ଟେସନଠାରେ ଥିବା ଶୌଚାଳୟ କୌଣସି ଯାତ୍ରୀଙ୍କ କାମରେ ଆସୁ ନଥିବା ଅଭିଯୋଗ ହେଉଛି...

Rairangpur Railway Station toilet locked

Rairangpur Railway Station toilet locked Photograph: (sambad.in)

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରେଳଷ୍ଟେସନ ଅବ୍ୟବସ୍ଥା ଘେରରେ ରହିଛି । ଏଠାରେ ଥିବା ଯାତ୍ରୀମାନଙ୍କ ପାଇଁ ଅତି ଜରୁରୀ ଥିବା ଶୌଚାଳୟ କଥା ନ କହିଲେ ଭଲ ।

ସରକାର ସ୍ୱଚ୍ଛ ଭାରତ ଅଭିଯାନର ଡିଣ୍ଡିମ ପିଟୁଥିବା ବେଳେ ରାଇରଙ୍ଗପୁର ରେଳ ଷ୍ଟେସନଠାରେ ଥିବା ଶୌଚାଳୟ କୌଣସି ଯାତ୍ରୀଙ୍କ କାମରେ ଆସୁ ନଥିବା ଅଭିଯୋଗ ହେଉଛି । ପାନୀୟ ଜଳ ପାଇଁ ଅମୃତ ଭାରତ ଯୋଜନା ଲାଗୁ ହେବା ପରେ ବି ଅବ୍ୟବସ୍ଥା ଜାରି ରହିଛି ।

ସୂଚନାଯୋଗ୍ୟ, ରେଳଷ୍ଟେସନକୁ ପ୍ରତ୍ୟେକ ଦିନ ୪ଟି ଟ୍ରେନ ଟାଟାନଗରରୁ ବାଦାମପାହାଡ଼,ଗୋଟିଏ ଟ୍ରେନ୍ ବାଦାମପାହାଡ଼ରୁ ରାଉରକେଲା ଏବଂ ଅଞ୍ଚଳରେ ଥିବା ଲୁହାଖଣିରୁ ଲୁହାପଥର ନେବା ପାଇଁ ୱାଗନ ମଧ୍ୟ ଆସିଥାଏ । ଏହା ବ୍ୟତିତ ସାପ୍ତାହିକ ଟ୍ରେନ୍ ଶାଲିମାରରୁ ବାଦାମପାହାଡ଼ ଆସିଥାଏ। 

ଏହି ରେଳପଥ ଚକ୍ରଧରପୁର ଡିଭିଜନକୁ ବାର୍ଷିକ ଶହ ଶହ କୋଟିର ରାଜସ୍ୱ ପ୍ରଦାନ କରୁଥିବା ବେଳେ ଦକ୍ଷିଣ-ପୂର୍ବ ରେଳବାଇର ଉଚ୍ଚ କର୍ତ୍ତୃପକ୍ଷ ଏହା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଆସୁଥିବାର ବହୁବର୍ଷ ଧରି ଅଭିଯୋଗ ହୋଇଆସୁଛି । ତେବେ ସବୁଠାରୁ ଅଧିକ ରାଜସ୍ୱ ପ୍ରଦାନ କରୁଥିବା ବେଳେ ରାଇରଙ୍ଗପୁର ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ସର୍ବସାଧାରଣଙ୍କ ନିମନ୍ତେ ଏମସିଏଲ୍ ପକ୍ଷରୁ ନୂତନ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରାଯାଇଛି କିନ୍ତୁ ସେଥିରେ ତାଲା ପଡିଛି ।

ଏହାବ୍ୟତିତ ରେଳ ବିଭାଗ ପକ୍ଷରୁ ମଧ୍ୟ ଅନ୍ୟ ଏକ ଶୌଚାଳୟ ନିର୍ମାଣ ହୋଇଛି ସେଥିରେ ମଧ୍ୟ ତାଲା ପଡିଥିବା ଦେଖିବାକୁ ମିଳୁଛି। ଏଣୁ ଯାତ୍ରୀ ମାନେ ଷ୍ଟେସନ କଡ଼ରେ ଏଣେତେଣେ ମଳତ୍ୟାଗ କରୁଛନ୍ତି । ଯାହାଫଳରେ ଷ୍ଟେସନ ଅଞ୍ଚଳ ଦୂଷିତ ହୋଇପଡିଛି ଏବଂ ସ୍ୱଚ୍ଛଭାରତ ଅଭିଯାନ ମଧ୍ୟ ଫେଲ୍ ମାରିଛି । ବିଶେଷ କରି ମହିଳା ଯାତ୍ରୀମାନେ ଅଧିକ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି ।

ତେବେ ନିର୍ମାଣ ହୋଇଥିବା ଶୌଚାଳୟରେ କାହିଁକି ତାଲା ପଡିଛି, ସେ ସମ୍ପର୍କରେ ଷ୍ଟେସନ ମାଷ୍ଟର ବି. ଟୁଡୁଙ୍କ ସହିତ ଯୋଗାଯୋଗ କରିବାରୁ ବର୍ତ୍ତମାନ ଅସ୍ଥାୟୀ ସଫେଇ କର୍ମଚାରୀ ନିୟୋଜିତ ଅଛନ୍ତି,ସେମାନେ ଭଲ ଭାବେ ଶୌଚାଳୟ ସଫା କରୁନାହାନ୍ତି। ତେବେ ଟିକଟ କାଉଣ୍ଟର ପରିସରରେ ଏକ ଶୌଚାଳୟ ଅଛି ତାହା ବ୍ୟବହାର କରାଯାଉଛି ବୋଲି କହିଛନ୍ତି ।

ତେବେ ଯାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ ଅନୁଯାୟୀ ତାଲା ପଡିଥିବା ଶୌଚାଳୟକୁ କେବଳ ରେଳବିଭାଗର କର୍ମଚାରୀମାନେ ବ୍ୟବହାର କରୁଛନ୍ତି । ଯଥାଶୀଘ୍ର ଷ୍ଟେସନର ଶୌଚାଳୟକୁ ଯାତ୍ରୀମାନଙ୍କୁ ବ୍ୟବହାର କରିବାକୁ ଦିଆଯାଉ ବୋଲି ଯାତ୍ରୀମାନେ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ: ଚାକିରି ମାଗୁଛନ୍ତି ଛୁରାମାଡ଼ ଘଟଣାରେ ଧରାପଡ଼ିଥିବା ସନ୍ଦିଗ୍ଧ

ଏହା ବ୍ୟତିତ ଷ୍ଟେସନରେ ରାତିରେ ଲାଇଟ ଜଳୁ ନଥିବାରୁ ଏହା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି ପାଲଟିଛି । ନିର୍ଭୟରେ  ଷ୍ଟେସନରେ ଲୋକେ ମଦ୍ୟପାନ କରୁଥିବା ଓ ଜୁଆ ଖେଳୁଥିବା ଅଭିଯୋଗ  ହେଉଛି। ଏହାବ୍ୟତିତ ଷ୍ଟେସନର ପ୍ଲାଟଫର୍ମରେ ପାନୀୟ ଜଳ ସୁବିଧା ନଥିବାରୁ ଯାତ୍ରୀମାନେ ପାନୀୟ ଜଳ ପାଇଁ ମଧ୍ୟ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି । 

ଅଧିକ ପଢ଼ନ୍ତୁ: ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କଲେ ସନ୍ଧ୍ୟା ପୂର୍ବରୁ ବାହାର କରିବାକୁ ଭୁଲିଗଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe