ଆଜି ରାଇରଂଗପୁରରେ ଜାତୀୟ ଅନୁସୁଚିତ ଜାତି ଓ ଜନଜାତି ମୋର୍ଚ୍ଚାର ୧୨ ଘଣ୍ଟିଆ ବନ୍ଦ

Advertisment
ନକ୍ସଲଙ୍କ ବନ୍ଦ ପାଳନ କିଛି ସ୍ଥାନରେ ସଫଳ

ରାଇରଙ୍ଗପୁର: ୨୧ ଅଗଷ୍ଟ ‘ଭାରତ-ବନ୍ଦ’କୁ ସଫଳ କରିବା ପାଇଁ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର କଚେରି ପଡ଼ିଆଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଦିବାସୀ ଜନଜାତି-ଜାତି ମୋର୍ଚ୍ଚା ରାଇରଙ୍ଗପୁରରେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତିଙ୍କ ଆହ୍ୱାନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସୁପ୍ରିମକୋର୍ଟ ଦ୍ବାରା ଆରକ୍ଷଣ ଉପରେ କ୍ରିମିଲେୟାର ନୀତି କଥା କହି ଆରକ୍ଷଣକୁ ସମାପ୍ତି କରିବା ପାଇଁ ପ୍ରୟାସକୁ ବିରୋଧ କରି ଜାତୀୟସ୍ତରରେ ଅନୁସୁଚିତ ଜାତି/ଜନଜାତି ଦଳିତ ବର୍ଗ ଓ ମୁସଲିମ ସମ୍ପ୍ରଦାୟର ଲୋକମାନଙ୍କର ସମ୍ବିଧାନ ପ୍ରଦତ୍ତ ଅଧିକାର ଆଇନକୁ ଅପଚେଷ୍ଠାକୁ ଜାତୀୟ ସ୍ତରରେ ବିରୋଧ ସ୍ବରୂପ ମିଳିତ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦକୁ ଦଳ ନିର୍ବିଶେଷରେ ସମସ୍ତେ ମିଳିତ ଭାବେ ଶାନ୍ତି ଶୃଙ୍ଖଳା ରକ୍ଷା ସହିତ ସମ୍ପୂର୍ଣ୍ଣ ବନ୍ଦକୁ ସଫଳ ରୂପାୟନ କରିବା ପାଇଁ ସମସଙ୍କୁ ଅନୁରୋଧ କରାଯାଇଛି।

ଏହି ବନ୍ଦ କାର୍ଯ୍ୟକ୍ରମରେ ଜରୁରୀକାଳୀନ ସେବା, ଚିକିତ୍ସା ତଥା ପନି ପରିବା ଓ ଦୁଗ୍ଧ ଯାନକୁ ଛାଡ଼ି ସରକାରୀ, ବେସରକାରୀ କାର୍ଯ୍ୟାଳୟ ଶିକ୍ଷା ଅନୁଷ୍ଠାନ, କଳକାରଖାନା, ଦୁକାନ-ବାଜାର ଓ ବୈଙ୍କ ଇତ୍ୟାଦି ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଜଣାଇଛନ୍ତି। ଏହି ବନ୍ଦ ଡାକରାକୁ ଜେଏମଏମ କେନ୍ଦ୍ରୀୟ କମିଟି ମଧ୍ୟ ବନ୍ଦକୁ ସମର୍ଥନ ଜଣାଇଥିବା ସୂଚନା ଝାମୁମୋର ନେତା ସାଲୁ କିସ୍କୁ ଓ ଘନଶ୍ୟାମ ପିଙ୍ଗୁଆ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଏହି ବୈଠକରେ ଆଦିବାସୀ ସମାଜର ସମାଜିକ ସଙ୍ଗଠନର ବରିଷ୍ଠ ଉପାଦେଷ୍ଠା ବଳରାମ ମାଝୀ, ରିମିଲ ମାଝୀ, ଲମ୍ବୋଦର ବାନରା ଓ ଝାମୁମୋର ବହୁ ସଂଖ୍ୟକ ନେତା ଉଦୟନାଥ ସୋରେନ, ଭୁବନ ଟୁଡୁ ଓ କର୍ମୀ ତଥା ଯୁବ ଛାତ୍ର ଉପସ୍ଥିତ ରହି ବନ୍ଦ ଡାକରାକୁ ସମର୍ଥନ ଜଣାଇଥିଲେ। ଏହି ଭାରତ ବନ୍ଦକୁ ସମ୍ପୂର୍ଣ୍ଣ ସହଯୋଗ ପାଇଁ ମଞ୍ଚ ପକ୍ଷରୁସମସ୍ତଙ୍କୁ ଅନୁରୋଧ କରାଯାଉଛି। ବୈଠକ ପରେ ବନ୍ଦ ସୂଚନା ପାଇଁ ସମସ୍ତେ ରାଇରଙ୍ଗପୁର ଟାଉନ୍ ଥାନାରେ ଲିଖିତ ଆକାରରେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe