ରାଜେଶ ବେନିଆ ମୃତ୍ୟୁ ମାମଲା: ପୁଲିସ୍ ତଦନ୍ତକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ

Advertisment

୧୨ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଲେ ଏସଡିପିଓ

୧୨ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଲେ ଏସଡିପିଓ

ରାଜେଶ ବେନିଆ ମୃତ୍ୟୁ ମାମଲା: ପୁଲିସ୍ ତଦନ୍ତକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ

ରାୟଗଡ଼ା: ରାୟଗଡ଼ା ଥାନା କଡିଙ୍ଗାଗୁଡା ଗ୍ରାମର ରାଜେଶ ବେନିଆ ମୃତ୍ୟୁ ମାମଲାରେ ରାୟଗଡ଼ା ପୁଲିସର ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ। ଷଡ଼ଯନ୍ତ୍ର କରି ରାଜେଶକୁ ହତ୍ୟା କରାଯାଇଥିବା ବେଳେ ଘଟଣାର ୧୫ ଦିନ ପରେ ମଧ୍ୟ ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପୁଲିସ୍। ପ୍ରତିବାଦରେ ହାଲୁଆ, କଡିଙ୍ଗାଗୁଡା, ଗୁମ୍ମା, ପାଲସିନିମା, କୁମ୍ଭିକୋଟା ଗ୍ରାମର ଶତାଧିକ ଲୋକେ ରାୟଗଡ଼ା ଥାନାକୁ ଆସି ଏସଡିପିଓ ଦିବ୍ୟଜ୍ୟୋତି ଦାଶ ଓ ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି। ଲୋକଙ୍କ ଅସନ୍ତୋଷ ପରେ ୧୨ ଦିନ ମଧ୍ୟରେ ପଦକ୍ଷେପ ଗ୍ରହଣ କରିବାକୁ ଏସଡିପିଓ ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଛନ୍ତି। ୧୨ ଦିନ ମଧ୍ୟରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ନ୍ୟାୟ ଦାବିରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦ୍ୱାରସ୍ଥ ହେବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଅଗଷ୍ଟ ୧୩ ତାରିଖରେ ରାଜେଶ ବେନିଆର ସ୍ତ୍ରୀକୁ କୁମ୍ଭିକୋଟା ଗ୍ରାମର ମଙ୍ଗରାଜ ନାମକ ଯୁବକ ନିଜ ସାଥିରେ ନେଇ ଚାଲିଯାଇଥିଲା। ଖୋଜାଖୋଜି ପରେ ସ୍ତ୍ରୀ କୁମ୍ଭିକୋଟା ଗ୍ରାମରେ ଥିବା ରାଜେଶ ଖବର ପାଇବା ପରେ ଅଗଷ୍ଟ ୧୯ ତାରିଖରେ ରାୟଗଡ଼ା ଥାନାରେ ଅପହରଣ ମାମଲା ଦାୟର କରିଥିଲେ। ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମଙ୍ଗରାଜଙ୍କ ସହ ରାଜେଶଙ୍କ ଶାଶୁ, ଶ୍ବଶୁର ଓ ଅନ୍ୟମାନେ ଆଉ ସ୍ତ୍ରୀକୁ ଖୋଜାଖୋଜି ନ କରିବାକୁ ରାଜେଶକୁ ଚେତାବନୀ ଦେଇଥିଲେ। ଏହାର ଅଳ୍ପ ଦିନ ପରେ କୋଡିଙ୍ଗାଗୁଡା ଓ କୋଡାପାଡି ଗ୍ରାମ ରାସ୍ତାରୁ ସେପ୍ଟେମ୍ବର ୬ ତାରିଖ ରାତିରେ ରାଜେଶର ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା। ପରିବାର ଲୋକଙ୍କ ଅଭିଯୋଗକ୍ରମେ ମଙ୍ଗରାଜଙ୍କ ସମେତ ଅନ୍ୟମାନଙ୍କୁ ପୁଲିସ ଥାନାକୁ ଆଣି ଅଟକ ରଖି ପଚରା ଉଚରା କରୁଛି। ଘଟଣାକୁ ଦୁଇ ସପ୍ତାହ ବିତିଥିଲେ ମଧ୍ୟ ଦୋଷୀଙ୍କୁ କାହିଁକି ଦଣ୍ଡ ଦିଆଯାଉନି ବୋଲି ଗ୍ରାମର ଗୋପାଳ ବେନିଆ, ଚୈତନ୍ୟ ବେନିଆ, ଭରତ ବେନିଆ, ଭୂଷଣ, ରେବତୀ ବେନିଆ, ଉଲ୍ଳାସ ବେନିଆ, ବଳଦେବ ବିଡିକା, ଧାର୍ମା କାଡ୍ରକା, ସୋମନାଥ ହୁଇକା, ଡୁମ୍ବୁରି ବିଡିକା ପ୍ରମୁଖ ଥାନା ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe