ଭୁବନେଶ୍ୱରର ବଡ ସୁନା ସୋରୁମ ମାଲିକଙ୍କୁ ଲକ୍ଷାଧିକ ଟଙ୍କାର ଚୂନ ଲଗାଇଥିବା ଏମବିଏ ପଢୁଆ ଠକ ଗିରଫ

ଭୁବନେଶ୍ୱରର ବଡ ସୁନା ସୋରୁମ ମାଲିକଙ୍କୁ ଲକ୍ଷାଧିକ ଟଙ୍କାର ଚୂନ ଲଗାଇଥିବା ଏମବିଏ ପଢୁଆ ଠକ ଗିରଫ

ଭୁବନେଶ୍ବର: ଭୁବନେଶ୍ୱରର ବଡ ସୁନା ସୋରୁମ ମାଲିକଙ୍କୁ ଲକ୍ଷାଧିକ ଟଙ୍କାର ଚୂନ ଲଗାଇଥିବା କୁଖ୍ୟାତ ଠକ ଧରାପଡ଼ିଛି। ପାତ୍ରପଡ଼ା ନିକଟସ୍ଥ ନିମନ୍ତ୍ରଣ ଜୁଏଲର୍ସକୁ ଏହି ଠକ ଆସି ଏକଲକ୍ଷ ଟଙ୍କାର ସୁନା କିଣିଥିଲା। ଏହାପରେ ଏକ ଲକ୍ଷଟଙ୍କାକୁ ସେ ଅନଲାଇନରେ ଦେବ ବୋଲି କହି ଦୋକାନ ମାଲିକଙ୍କୁ ଟଙ୍କା ପଠାଇଥିବାର ନକଲି ଟ୍ରାନଜାକସନର ସ୍କ୍ରିନସଟ ପଠାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରେ ଏକଲକ୍ଷ ଟଙ୍କା ଆକାଉଣ୍ଟକୁ ଆସି ନଥିବା ଜାଣି ମାଲିକ ପୁଲିସକୁ ଜଣାଇଥିଲେ। ଏହି ଘଟଣାର ଅଭିଯୋଗ ହେବା ପରେ ତମାଣ୍ଡୋ ପୁଲିସ ଓ ସ୍ପେଶାଲ ସ୍କାର୍ଡ ତଦନ୍ତ ଆରମ୍ଭ କରିଥିଲେ।

ତଦନ୍ତ କରି କମିଶନରେଟ ପୁଲିସ ସ୍ପେଶାଲ ସ୍କ୍ବାଡ ଏହି କୁଖ୍ୟାତ ଠକକୁ କାବୁ କରିଥିଲା। ସ୍ପେଶାଲ ସ୍କ୍ବାଡ ପଶ୍ଚିମବଙ୍ଗରୁ ଏହି ଠକକୁ ଗିରଫ କରିଛି। ଗିରଫ ଠକ ପ୍ରଭାସ ଗୁପ୍ତାଙ୍କ ପୁଅ ରାଜୀବ ପ୍ରଭାସ ଗୁପ୍ତା ଓ ବୟସ ୩୭ବର୍ଷ ବୋଲି ଜଣାପଡ଼ିଛି।

publive-image

ଉକ୍ତ ଅଭିଯୁକ୍ତ ନାମରେ ତମାଣ୍ଡୋ ପୁଲିସ ଷ୍ଟେସନରେ କେସ ନମ୍ବର ୧୯୮ରେ ଆଇପିସି ଧାରା ୪୨୦, ୪୬୫, ୪୬୮ ଓ ୪୭୧ରେ ମାମଲା ରୁଜୁ କରାଯାଇଛି। ସେହିପରି ପୁରୀ ସିଂହଦ୍ବାର ପୁଲିସ ଷ୍ଟେସନରେ କେସ ନମ୍ବର ୬୭ରେ ଆଇପିସି ଧାରା ୪୨୦ରେ ମାମଲା ରୁଜୁ ହୋଇଛି।

ଠକ ଜଣକ ଏମବିଏ ପଢୁଆ । ତାର ପରିବାର ସଦସ୍ୟ କେହି ନାହାନ୍ତି। ପରିବାର ସଦସ୍ୟଙ୍କ ଅନେକ ଦିନରୁ ମୃତ୍ୟୁ ହୋଇଯିବା ସହ ରହିବା ପାଇଁ ରାଜୀବ ପାଖରେ କୌଣସି ଘର ବି ନାହିଁ। ସେ ବିମାନରେ ଯିବା ଆସିବା କରିବା ସହିତ ଦେଶର ବିଭିନ୍ନ ଷ୍ଟାର ହୋଟେଲରେ ରହିଥାଏ। ଅଧିକାଂଶ ସମୟରେ ମୁମ୍ବାଇରେ ହୋଟେଲ ବୁକ କରି ରହିଥାଏ ବୋଲି ତଦନ୍ତରୁ ଜଣାପଡ଼ିଛି।

ଦିଲ୍ଲୀ , କୋଲକାତା , ପୁରୀ ଓ ବିଭିନ୍ନ ଥାନାକୁ ଉକ୍ତ ଠକର ଫଟୋ ସହ ତଥ୍ୟ ଜଣାଇ ଦିଆଯାଇଛି । ଏଥିସହିତ ଠକର ନାମରେ ଆଉ କେଉଁ କେଉଁ ଅଭିଯୋଗ ରହିଛି ତାହା ଜାଣିବା ପାଇଁ ସି.ସି.ଟି.ଏନ. ଏସର ସାହାଯ୍ୟ ନେବ କମିଶନରେଟ ପୁଲିସ । ଠକ ପାଖରୁ ୨ ଲକ୍ଷ ଟଙ୍କାର ସୁନା ଗହଣା, ଗୋଟିଏ ଫୋନ, ପାନକାର୍ଡ ଓ ଏଟିଏମ କାର୍ଡ ଜବତ ହୋଇଛି ବୋଲି ଡିସିପି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe