ବାରିପଦା: କିଛିଦିନ ତଳେ ସ୍ୱାସ୍ଥ୍ୟସେବାରେ ଅବହେଳାକୁ ନେଇ ସମାଲୋଚନାର ଶିକାର ହୋଇଥିଲେ। ମାତ୍ର ଆଜି ପ୍ରସିଦ୍ଧ ରଜ ପର୍ଵ ଅବସରରେ କୋଭିଡ ହସ୍ପିଟାଲରେ ଥିବା କରୋନା ରୋଗୀଙ୍କ ସହିତ ନିଆରା ଢଙ୍ଗରେ ରଜ ପାଳନ କରି ପ୍ରଶଂସା ସାଉଁଟିଛନ୍ତି। ଆଜି ହେଉଛି ରଜ ସଂକ୍ରାନ୍ତି। କରୋନା କାରଣରୁ କେଉଁଠି ରଜ ପାଳନ ନାହିଁ। ତଥାପି ଘରେ ଘରେ ପିଠା ସହିତ ଖୁସିର ଆସର ରହିଛି। ମାତ୍ର କୋଭିଡ ହସ୍ପିଟାଲରେ ଥିବା ରୋଗୀଙ୍କ ପାଇଁ ସେପରି ପାଳନର କୌଣସି ସୁଯୋଗ ନଥିଲା। କିନ୍ତୁ କୋଭିଡ ହସ୍ପିଟାଲରେ ରୋଗୀଙ୍କ ପାଇଁ ଆନନ୍ଦର ଅଵସର ସୃଷ୍ଟି କରିଥିଲେ ହସ୍ପିଟାଲର କର୍ମଚାରୀ ଏବଂ ସ୍ୱାସ୍ଥ୍ୟକର୍ମୀ। ମହିଳା ରୋଗୀମାନଙ୍କ ପାଦରେ ଅଳତା ଲଗେଇବା ସହିତ ମିଠା ଖୁଆଇ ଦେଇଥିଲେ ହସ୍ପିଟାଲ କର୍ମଚାରୀ। ପୁରୁଷ ରୋଗୀଙ୍କୁ ମିଠା ଖୁଆଇଥିଲେ। ଯାହାକି ହସ୍ପିଟାଲରେ ରଜ ପାଳନର ଅଵସର ସୃଷ୍ଟି କରିଥିଲା।
Sambadଘର ପରିବାର ଠାରୁ ଦୂରରେ ଥାଇ ଏକ ଆଶଙ୍କାଗ୍ରସ୍ତ ସମୟ ଅତିବାହିତ କରୁଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବାରିପଦା ବାଙ୍କିଷୋଳରେ ଥିବା କିମ୍ସ କୋଭିଡ ହସ୍ପିଟାଲର କର୍ମଚାରୀ ମାନେ ବେଶ ମାନବୀୟ ଆଚରଣ ପ୍ରଦର୍ଶନ ସହିତ ଉଦାହରଣ ସୃଷ୍ଟି କରିଛନ୍ତି। ଯାହାକି ରୋଗୀଙ୍କ ମନରେ ଖୁସି ଖେଳାଇ ଦେଇଛି। ଏନେଇ ଜିଲ୍ଲାପାଳ ବିନୀଥ ଭରଦ୍ବାଜ କହିଛନ୍ତି ସମସ୍ତେ ନିଜ ନିଜର କର୍ତ୍ତବ୍ୟ କରିଛନ୍ତି। କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ରୋଗୀଙ୍କୁ ଖୁସି ଦେବା ଆମର କର୍ତ୍ତବ୍ୟ।
Follow Us