ରଜ ଉପଲକ୍ଷେ ସାହିତ୍ୟ ଆଲୋଚନା ଓ ସମ୍ବର୍ଦ୍ଧନା 

Advertisment
ରଜ ଉପଲକ୍ଷେ ସାହିତ୍ୟ ଆଲୋଚନା ଓ ସମ୍ବର୍ଦ୍ଧନା 

Sambad

ଖୋର୍ଦ୍ଧା: ଓଡ଼ିଶାର ଅନ୍ୟତମ ଗଣପର୍ବ ରଜ ଉପଲକ୍ଷେ ଆଜି ତ୍ରିନାଥ ଚରଣ କଳା ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆଲୋଚନା, କବିତା ପାଠ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂସଦର ସଭାପତି ସତ୍ୟବାଦୀ ବଳିଆରସିଂହ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ମୁଖ୍ୟବକ୍ତା ଡଃ. ଶରତଚନ୍ଦ ମହାପାତ୍ର, ସମ୍ମାନିତ ଅତିଥି ଭାବେ ପୌର ପରିଷଦର ଉପାଧ୍ୟକ୍ଷ ଶୌର୍ଯ୍ୟରଞ୍ଜନ ମହାନ୍ତି, ଉକ୍ରଳ ସମ୍ମିଳନୀର ରାଜ୍ୟ ସମ୍ପାଦକ ବିଚିତ୍ର କୁମାର ବଡ଼ଜେନା, ଶିକ୍ଷାବିତ୍ ଦୟାନିଧି ସାହୁ, ପ୍ରାବନ୍ଧିକା ବିଳାସିନୀ ଦାଶ, ଡଃ. ଚପଳାପଣ୍ଡା, ଆଇନଜୀବୀ ବ୍ରଜକିଶୋର ସାହୁ ଯୋଗ ଦେଇଥିଲେ। ଏହି ଅବସରରେ ଧର୍ମପଦ ପୁରସ୍କାର ପ୍ରାପ୍ତ ଲାଲଟ ମୋହନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ରଜ ପର୍ବ ଓ ଓଡ଼ିଶାର ସଂସ୍କୃତି ସମ୍ପର୍କିତ ଆଲୋଚନାଚକ୍ରରେ ଡଃ. ବୃନ୍ଦାବନ ପଣ୍ଡା, ଶଶିଭୂଷଣ ମହାନ୍ତି, ଦିଲ୍ଳୀପ କୁମାର କର, ଜ୍ୟୋତିରଞ୍ଜନ ସାହୁ, ନାରାୟଣ ଦାସ, ଅଂଶୁମାନ ବଡ଼ଜେନା, ରଶ୍ମିରେଖା ମହାପାତ୍ର, ସନ୍ତୋଷ ରଞ୍ଜନ ରାଉତ, ସୁମନ୍ତ ସୂର୍ଯ୍ୟରାୟ, ତୃପ୍ତିମୟୀ ନନ୍ଦ, ଉର୍ମିଳା ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଉପଦେଷ୍ଟା ଗୋବିନ୍ଦ ଚନ୍ଦ୍ର ମହାରଣା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ସମ୍ପାଦିକା ଇତିଶ୍ରୀ ସାହୁ ଧନ୍ୟବାଦ ଦେଇଥିଲେ। କବି ଜ୍ୟୋତିପ୍ରଭା ପଟ୍ଟନାୟକ, ଆଶାଲତା ବଳିଆରସିଂହ, ସ୍ୱପ୍ନା ପଟ୍ଟନାୟକ, ବିଜୟ ଲକ୍ଷ୍ମୀ ପାଇକରାୟ, ରଶ୍ମିତା ନାୟକଙ୍କ ସଂଯୋଜନାରେ କବିତା ପାଠ ହୋଇଥିଲା। କାର୍ଯ୍ୟକ୍ରମକୁ ପରେଶ ଚନ୍ଦ୍ର ମଲ୍ଲିକ, ଲକ୍ଷ୍ମୀଧର ସାହୁ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe