୧୨ତମ ଶାଳେଶ୍ୱର ରଜ ମହୋତ୍ସବ ଆୟୋଜିତ 

୧୨ତମ ଶାଳେଶ୍ୱର ରଜ ମହୋତ୍ସବ ଆୟୋଜିତ 

Sambad

ଖୋର୍ଦ୍ଧା: ଖୋର୍ଦ୍ଧା ସହର ଉପକଣ୍ଠ ଅଣ୍ଡା ଗ୍ରାମ ଠାରେ ତପସ୍ୟା ଅନୁଷ୍ଠାନ ପକ୍ଷରୁ ୧୨ ତମ ଶାଳେଶ୍ୱର ରଜ ମହୋତ୍ସବ ଆୟୋଜିତ ହୋଇଯାଇଛି। ଆଜି ସଂଧ୍ୟାରେ ତପସ୍ୟା ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନସିଂହ, ଖୋର୍ଦ୍ଧା ସମିତି ଅଧ୍ୟକ୍ଷ ଶ୍ରୀମୟୀ ପ୍ରିୟଦର୍ଶିନୀ, ସମିତି ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ଯୋଗଗୁରୁ ବିଶ୍ୱନାଥ ଜେନା, ବିଜନ ବରାଳ, ଗଦାଧର ପାତ୍ର, ହରେକୃଷ୍ଣ ଚମ୍ପତି, ମଧୁସୂଦନ ପାତାଳସିଂହ ପ୍ରମୁଖ ଯୋଗ ଦେଇଥିଲେ। ସୁଧୀର କୁମାର ପ୍ରହରାଜ, ପ୍ରତୀମା କାଳିଆ, ଦେବୀ ପ୍ରସାଦ ମହାପାତ୍ର, ନିଳିମା ପାଢ଼ୀ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଏହି ଅବସରରେ କୁମାରୀମାନଙ୍କ ମଧ୍ୟରେ ରଜଦୋଳି ଅନୁଷ୍ଠିତ ହୋଇଥିଲା। ଏହାସହ ଝିଅ ମାନଙ୍କ ମଧ୍ୟରେ ପୁଚିଖେଳ, ଝୋଟି, ଗୀତ, ନୃତ୍ୟ ଆଦି ଓ ମହିଳାଙ୍କ ମଧ୍ୟରେ ମାଳିଗୁନ୍ଥିବା, ପାନଭାଙ୍ଗିବା, ପୋଡ଼ାପିଠା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶୁଭଶ୍ରୀ ସାମନ୍ତରାୟଙ୍କୁ ରଜରାଣୀ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ତପସ୍ୟା ଅନୁଷ୍ଠାନର ସମ୍ପାଦକ ପବିତ୍ର କୁମାର ବରାଳ ଓ ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe