କଟକରେ ରକ୍ଷାବନ୍ଧନ ଲାଗି ମିଠା ଦୋକାନରେ ଗ୍ରାହକଙ୍କ ଭିଡ଼, ଚୌଧୁରୀ ବଜାରରେ ରାକ୍ଷୀ ଦୋକାନ ସିଲ

Advertisment
କଟକରେ ରକ୍ଷାବନ୍ଧନ ଲାଗି ମିଠା ଦୋକାନରେ ଗ୍ରାହକଙ୍କ ଭିଡ଼, ଚୌଧୁରୀ ବଜାରରେ ରାକ୍ଷୀ ଦୋକାନ ସିଲ

କଟକ: ରାତି ପାହିଲେ ରକ୍ଷାବନ୍ଧନ। ଭାଇ ଓ ଭଉଣୀର ଏହି ପବିତ୍ର ସଂପର୍କ ଚଳିତ ବର୍ଷ ମହାମାରୀ କରୋନା ଭାଇରସ ଫିକା ପକାଇ ଦେଇଥିବା ବେଳେ ଭାଇଚାରାର ସହର କଟକରେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ରାକ୍ଷୀ ଦୋକାନ ଓ ମିଠା ଦୋକାନ ଖୋଲାଯାଇଛି। କିନ୍ତୁ କିଛି ସ୍ଥାନରେ କୋଭିଡ ଗାଇଡଲାଇନ ଉଲ୍ଲଂଘନ ହେଉଥିବା ନଜର ଆସିଛି।

କଣ୍ଟେନମେଣ୍ଟ ଥାନା ଅନ୍ତର୍ଗତ ବକ୍ସିବଜାର ଛକରେ ଥିବା ଏକ ମିଠା ଦୋକାନରେ ଆଜି ପ୍ରବଳ ଗହଳି ହୋଇଛି। ଏଠାରେ ଗ୍ରାହକମାନେ ଯଦିଓ ମାସ୍କ ପିନ୍ଧିଛନ୍ତି, ତଥାପି ସେମାନେ ସାମାଜିକ ଦୂରତାକୁ ପାଳନ କରିନାହିଁ। ଅନ୍ୟପଟରେ ଚୌଧୁରୀ ବଜାରସ୍ଥିତ ଏକ ରାକ୍ଷୀ ଦୋକାନକୁ ବିଡ଼ାନାସୀ ଓ ପୁରୀଘାଟ ପୁଲିସ ସିଲ କରିଦେଇଛି। ଏଠାରେ ଗ୍ରାହକମାନେ ରାକ୍ଷୀ କିଣିବା ସମୟରେ ସାମାଜିକ ଦୂରତାକୁ ଉଲ୍ଲଂଘନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe