ଗଛକୁ ରାକ୍ଷୀ ବାନ୍ଧି ରକ୍ଷାବନ୍ଧନ ପାଳିଲେ ଯୁବ ପରିବେଶବିତ୍ 

Advertisment
ଗଛକୁ ରାକ୍ଷୀ ବାନ୍ଧି ରକ୍ଷାବନ୍ଧନ ପାଳିଲେ ଯୁବ ପରିବେଶବିତ୍ 

ଭୁବନେଶ୍ବର: ସବୁଜ ପୃଥିବୀର ଗଠନରେ ଆଉ ଏକ ପାଦ । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଲୋକଙ୍କ ଚାହିଦା ଏବଂ ଆବଶ୍ୟକତା ପୂରଣ ନେଇ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି । ତେବେ ଏଭଳି ସମୟରେ ସବୁଜ ବିକଳ୍ପ ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି ଜାତିସଂଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ । ବୃକ୍ଷ ଆମକୁ ସୁରକ୍ଷା ଦେଉଛି। ତେଣୁ ବୃକ୍ଷର ଦୀର୍ଘାୟୁ ମନାସୀ ସେ ଆଜି ଗଛରେ ରାକ୍ଷୀ ବାନ୍ଧିଛନ୍ତି।

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୋଟପାଳ ଗ୍ରାମରେ ଵୃକ୍ଷ ବନ୍ଧନ ଭଳି ଏକ ନିଆରା କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ଶୁଭ୍ରାଂଶୁ । ଗ୍ରାମ ନିକଟରେ ଥିବା ଗଛଗୁଡିକରେ ସେ ସିଡ୍( ମଞ୍ଜି)ରେ ନିର୍ମିତ ରାକ୍ଷୀ ବାନ୍ଧି ଭାଇଚାରାର ପ୍ରତିକ ସୃଷ୍ଟି କରିଛନ୍ତି।

ଶୁଭ୍ରାଂଶୁ କୁହନ୍ତି, ‘ବାପା ଡିଏଫ୍‌ଓ ଥିବାରୁ ପିଲାଦିନ ବିଭିନ୍ନ ସ୍ଥାନ (ସମ୍ବଲପୁର, ଭବାନୀପାଟଣା, ବରଗଡ଼, ବଲାଙ୍ଗୀର)ରେ କଟିିଥିଲା। ରକ୍ଷାବନ୍ଧନ ସମୟରେ ଆମେ ଭାଇ-ଭଉଣୀ ମିଶି ଗଛକୁ ରାକ୍ଷୀ ବାନ୍ଧିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଛି। ପ୍ରାୟ ୨୫ ବର୍ଷ ହେବ ମୁଁ ଗଛକୁ ରାକ୍ଷୀ ବାନ୍ଧି ଆସୁଛି। ଗତକାଲି ୧୧ଟି ଗଛରେ ରାକ୍ଷୀ ବାନ୍ଧିଥିବା ବେଳେ ଆଜି ୮ଟି ଗଛରେ ରାକ୍ଷୀ ବାନ୍ଧିଛି। ସିଡ୍‌ରେ ପ୍ରସ୍ତୁତ ରାକ୍ଷୀଗୁଡ଼ିକ ଗଛରେ ବାନ୍ଧିଛି। ବର୍ଷା ହେଲେ ଏହା ତଳେ ପଡ଼ିଯାଇ ନୂତନ ଗଛ ସୃଷ୍ଟି ହେବ।’ 

publive-image

ସୂଚନାଯୋଗ୍ୟ, ଖରାଦିନରେ ତୁଷାର୍ଥ ପକ୍ଷୀଙ୍କ ତୁସ୍ନା ମେଣ୍ଟାଇବା ପାଇଁ ମାଟି ପାତ୍ର ପ୍ରଦାନ କରିବା ସହ, ପ୍ଲାଷ୍ଟିକ ବର୍ଜନ ଏବଂ ସବୁଜ ପୃଥିବୀ ଗଠନ ଦିଗରେ କୁନି କୁନି ପିଲାମାନଙ୍କୁ ସିଡ୍ ବଲ୍ ନିର୍ମାଣ ତିଆରି ଆଦି କର୍ମଶାଳା ଆୟୋଜିତ କରି ବିଭିନ୍ନ ଜାତୀୟ ଆନ୍ତର୍ଜାତିକ ପୁରସ୍କାର ପ୍ରାପ୍ତ କରିଛନ୍ତି ଶୁଭ୍ରାଂଶୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe