ଆଶାକର୍ମୀ ସଂଘ ପକ୍ଷରୁ ଶୋଭାଯାତ୍ରା ଓ ପ୍ରତିବାଦ

Advertisment
ଆଶାକର୍ମୀ ସଂଘ ପକ୍ଷରୁ ଶୋଭାଯାତ୍ରା ଓ ପ୍ରତିବାଦ

Sambad

ଭଦ୍ରକ: ଆଶା କର୍ମମାନଙ୍କୁ ଓ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ମାନଙ୍କୁ ଶ୍ରମିକ ମାନ୍ୟତା ପ୍ରଦାନ କରିବା, ମାସକୁ ୨୬,୦୦୦ଟଙ୍କା ବେତନ ଦେବା, ଅବସପ୍ରାପ୍ତ କର୍ମଚାରୀ ମାନଙ୍କୁ ମାସକୁ ୧୦,୦୦୦ଟଙ୍କା ପେନସନ ଦେବା, ସମସ୍ତଙ୍କର ସ୍ବାସ୍ଥ୍ୟ ବିମା ଯୋଗାଇବା, ମୋବାଇଲ ଦେବା, କରୋନା ସମୟରେ ମୃତୁ ବରଣ କରି ଥିବା ଆଶାକର୍ମୀ ମାନଙ୍କୁ ଦଶ ଲକ୍ଷ୍ୟ ଟଙ୍କା କ୍ଷତିପୂରଣର ପ୍ରତିଶ୍ରୁତି ପୂରଣ ପାଇଁ ଦାବି କରି ଏକ ବିରାଟ ପଟୁଆର ଭଦ୍ରକ ବସଷ୍ଟାଣ୍ଡରୁ ଶ୍ରମିକ ନେତା ଦିବ୍ୟ ସିଂହ ନାୟକଙ୍କ ନେତୃତ୍ୱ ରେ ବାହାରି ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ରାଧା ଦାସ, କାଳନ୍ଦି ପାତ୍ର, ମମତା ଜେନା, ମହେଶ୍ୱର ନାୟକ, ମଳୟ ଭୋଇ, ବିଷ୍ଣୁ ଦାଶ, ଶାନ୍ତିଲତା ନାୟକ, ପଦ୍ମିନୀ ପଣ୍ଡା, ନାରାୟଣ ପାତ୍ର, ସରସ୍ବତୀ ହାତୀ, ପ୍ରତିମା ସାମଲ, ସୀତା ଦାଶ, ବାସନ୍ତୀ ବେହେରା ପ୍ରମୁଖ ଯୋଗଦେଇ ଥିଲେ। ସହର ପରିକ୍ରମା କରିବା ପରେ ଭଦ୍ରକ ବିଧାୟକ, ସାଂସଦ ଓ ଭଣ୍ଡା‌ରିପୋଖରୀ ବିଧାୟକଙ୍କ ଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ଏଗାର ଦଫା ଦାବି ପତ୍ର ପ୍ରଦାନ କରିଥିଲେ।

publive-image Sambad

ପରେ ବସଷ୍ଟାଣ୍ଡ ଠାରେ ଗୋଟିଏ ପ୍ରତିବାଦ ସଭା ଶ୍ରମିକ ନେତା ଦିବ୍ୟ ସିଂହ ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା। ବକ୍ତା ଭାବେ ବିଷ୍ଣୁ ଦାଶ, ସୀତା ଦାଶ, ବାସନ୍ତୀ ବେହେରା, ମମତା ଜେନା, ରାଧା ଦାସ, ମଳୟ ଭୋଇ ବକ୍ତବ୍ୟ ରଖିଥିଲେ ଓ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏମଏଲଏ ଓ ଏମପି ମାନେ ଦରମା ଓ ପେନସନ ପାଉଥିବାବେଳେ ଆଶା କର୍ମୀ ଓ ପାଚିକା ସହାୟିକା ମାନଙ୍କୁ ଗୋତି ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ, କରୋନରେ ମୃତୁ ବରଣ କରିଥିବା ଆଶାକର୍ମୀ ମାନଙ୍କୁ କ୍ଷତି ପୂରଣ ଆଦ୍ୟବଡି ପାଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ଦରଦାମ ବୃଦ୍ଧି କରି, ସାଧାରଣ ଜନତାଙ୍କ ଉପରେ ଜି ଏସ ଟି ଲଗୁକରାଇଥିବା ବେଳେ ଆଦାନୀ, ଅମ୍ବାନୀ, ଟାଟା କମ୍ପାନୀକୁ ଟିକସ ଛାଡ଼ କରୁଛନ୍ତି ଓ ଋଣ ଛାଡ କରୁଛନ୍ତି। ଏହି ସଭାରେ ଶ୍ରମିକନେତା ଦିବ୍ୟ ସିଂହ ନାୟକ କହିଥିଲେ ଯେ ଦାବି ପୂରଣ ନହେଲେ ଆନ୍ଦୋଳନ ବ୍ୟାପକ ଭାବେ ଗଢ଼ି ତୋଳିବାକୁ ନିବେଦନ କରିଥିଲେ ଓ ବିଧାନ ସଭା ନିର୍ବାଚନ ବେଳେ ବିଧାୟକ ଓ ସାଂସଦଙ୍କ ନିର୍ବାଚନ ମଣ୍ଡଳୀରେ ସମସ୍ତଙ୍କୁ ଜବାବ ଦେବାକୁ ନିବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe