ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମୀଙ୍କ ବାଇକ ଶୋଭାଯାତ୍ରା ଓ ଆଖଡ଼ା ପ୍ରଦର୍ଶନ

ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମୀଙ୍କ ବାଇକ ଶୋଭାଯାତ୍ରା ଓ ଆଖଡ଼ା ପ୍ରଦର୍ଶନ

Sambad

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପଥରଘାଟସ୍ଥିତ ହନୁମାନ ମନ୍ଦିର ଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ମୁଖ୍ୟଛକ ଠାରେ ଆଖଡା ପ୍ରଦର୍ଶନ କରିଥିବା ଦେଖାଯାଇ ଥିଲା। ଶୁକ୍ରବାର ପୂର୍ବାହ୍ନରେ ହନୁମାନ ମନ୍ଦିରରେ ପ୍ରଥମେ ପୂଜାଅର୍ଚ୍ଚନା ସହ ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତି ପାଳନ କରାଯାଇଥିଲା। ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମୀମାନେ ମନ୍ଦିର ପରିସରରୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ ଜୟ ଶ୍ରୀରାମ, ଜୟ ବୀରହନୁମାନ ନାରା ଦେଇ ଡିଜେ ତା‌ଳେ, ତାଳେ ବୀରମହାରାଜପୁର ମୁଖ୍ୟଛକରେ ଆଖଡା ପ୍ରଦର୍ଶନ କରିଥିଲେ।

publive-image Sambad

ସମ୍ବଲପୁରରେ ହନୁମାନ ଜୟନ୍ତୀ ଅବସରରେ ବାଇକ ଶୋଭାଯାତ୍ରା ସମୟରେ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରିବା ସହ ଶାନ୍ତିଶୃଙ୍ଖଳା ସହ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe