ଅବକାରୀ ବିଭାଗ ଓ ଡିଏସ୍ଏସ୍ଓ ପକ୍ଷରୁ ନିଶା ବିରୋଧୀ ରାଲି

ଅବକାରୀ ବିଭାଗ ଓ ଡିଏସ୍ଏସ୍ଓ ପକ୍ଷରୁ ନିଶା ବିରୋଧୀ ରାଲି

Sambad

ଖୋର୍ଦ୍ଧା: ଆଜି ଆନ୍ତର୍ଜାତିକ ନିଶାସକ୍ତ ଓ ବେଆଇନ ନିଶା କାରବାର ନିରୋଧ ଦିବସ ଉପଲକ୍ଷେ ଅବକାରୀ ବିଭାଗ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏକ ରାଲି ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ପ୍ରାୟ ସାଢ଼େ ୮ଟାରେ ଅବକାରୀ ବିଭାଗର ଅଧିକାରୀ, କର୍ମଚାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ, ଛାତ୍ରଛାତ୍ରୀମାନେ ଯୋଗ ଦେଇ ଏକ ଶୋଭାଯାତ୍ରାରେ ହାତରେ ପ୍ଲାକାର୍ଡ, ବ୍ୟାନର ଧରି ସହର ପରିକ୍ରମା କରି ଲୋକଙ୍କ ନିଶା ସେବନ ଓ ନିଶା କାରବାରର କୁପରିଣାମ ସମ୍ପର୍କରେ ସଚେତନତା କରିଥିଲେ। ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ଏହି ଅବସରରେ ଅତିଥି ଭାବେ ଯୋଗ ଦେଇଥିବା ଅବକାରୀ ଏସ୍ପି ଝସକେତନ ବରିହା କହିଛନ୍ତି ଯେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଏହି ସଚେତନତା କାର୍ଯ୍ୟକ୍ରମ ସପ୍ତାହ ବ୍ୟାପୀ ଚାଲିବ।

ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଶା ସେବନ ଓ କାରବାରର କୁପରିଣାମ ସମ୍ପର୍କିତ ବକ୍ରୃତା, ପ୍ରବନ୍ଧଲିଖନ ଆଦି ପ୍ରତିଯୋଗିତା ଅନୁଷ୍ଟିତ ହେବ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଏସ୍ଏସ୍ଓ ପ୍ରସନ୍ନ କୁମାର ମଲ୍ଲିକ, ଭୁବନେଶ୍ୱରର ନିଶାମୁକ୍ତ ଓ ମୁକ୍ତ ଶିକ୍ଷା କେନ୍ଦ୍ର, ବିଶ୍ୱ ଜୀବନ ସେବା ସଂଘ, ଅଡ୍ ଫାଉଣ୍ଡେସନ, ଭୈରବୀ କ୍ଲବର କର୍ମକର୍ତା ଓ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe