ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯବାନଙ୍କ ବାଇକ ରାଲି

Advertisment
ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯବାନଙ୍କ ବାଇକ ରାଲି

Sambad

ରାୟଗଡା: ରାୟଗଡାରେ ଅବସ୍ଥାପିତ ସିଆରପିଏଫର ୪ର୍ଥ ବାଟାଲିୟନର ଯବାନ ଆଜି ରବିବାର ଆଜାତିକା ଅମ୍ରିତ ମହୋତ୍ସବ ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ବାଇକ ରାଲିରେ ବାହାରିଥିଲେ। ଏହି କାର୍ଯ୍ୟକ୍ରମକୁ କମାଣ୍ଡାଣ୍ଟ ମନୋଜ କୁମାର ଯାଦବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସେକେଣ୍ଡ ଇନ କମାଣ୍ଡାଣ୍ଟ ସଂଜୟ ରାଉତ, ଡେପୁଟି କମାଣ୍ଡାଣ୍ଟ ଜ୍ୟୋତିମୟୀ ଆଚାର୍ଯ୍ୟ ଓ ରମେଶ କୁମାର ପ୍ରମୁଖ ଯୋଗ ଦେଇଥିଲେ। ସିଆରପିଏଫ କ୍ୟାମ୍ପରୁ ଯବାନ ବାଇକ ଯୋଗେ ସହର ପରିକ୍ରମା କରିଥିଲେ।

publive-image Sambad

ଚଳିତ ସ୍ବାଧୀନତା ଦିବସରେ ପ୍ରତ୍ୟେକ ଘରେ ଯେପରି ତ୍ରିରଙ୍ଗା ପତାକା ଉଡିବ ସେନେଇ ଲୋକଙ୍କୁ ସଚେତନ କରାଇଥିଲେ। ସହରର ମୁଖ୍ୟ ରାସ୍ତାରେ ବାଇକ ରାଲିରେ ଯବାନ ଯାଉଥିବା ସମୟରେ ପ୍ରତ୍ୟେକ ନାଗରିକ ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। ତେବେ ଯବାନଙ୍କ ଏହି ସଚେତନତା ଲୋକଙ୍କୁ ଉତ୍ସାହିତ କରିବା ସହ ସମସ୍ତେ ନିଜ ଘରେ ତ୍ରିରଙ୍ଗା ଉଡାଇବେ ବୋଲି ଶପଥ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe