ଇସ୍ପାତ ସହରରେ ରାମନବମୀ ଆଖଡ଼ା ଶୋଭାଯାତ୍ରା

ଇସ୍ପାତ ସହରରେ ରାମନବମୀ ଆଖଡ଼ା ଶୋଭାଯାତ୍ରା

ରାଉରକେଲା : ରାମନବମୀ ଆଖଡା ଶୋଭାଯାତ୍ରା ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି। ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇଥିଲେ। ଦୀର୍ଘ ବର୍ଷର ବ୍ୟବଧାନ ପରେ ମୁଖ୍ୟ ବଜାର ମଧ୍ୟ ଦେଇ ଆଖଡା ଶୋଭାଯାତ୍ରା ଯିବାକୁ ଅନୁମତି ମିଳିଥିବାରୁ ସମସ୍ତ ଆଖଡା କମିଟି ସମେତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୫ ପ୍ଲାଟୁନ ଫୋର୍ସ ମୃତୟନ ହୋଇଥିଲେ ।

publive-image

ବିଶ୍ରା ଛକରୁ ଅପରାହ୍ନ ୨ ଟାରେ ଶୋଭାଯାତ୍ରା ବାହାରି ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଉଦିତନଗର, ଆମ୍ବେଦକର ଛକରେ ପହଁଚିବା ପରେ ଶୋଭାଯାତ୍ରା ସମାପ୍ତ ହୋଇଥିଲା। ଗତ ୨୦୧୬ ମସିହାରେ ସାମ୍ପ୍ରଦାୟିକ ଉତ୍ତେଜନା ଯୋଗୁଁ ମୁଖ୍ୟ ବଜାର ଦେଇ ଶୋଭାଯାତ୍ରାକୁ ଅନୁମତି ମିଳୁନଥିଲା ବେଳେ ଗତ ୨ ବର୍ଷ ହେଲା କୋଭିଡ ଯୋଗୁଁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲା। ଆଜିର ଶୋଭାଯାତ୍ରାରେ ଦଳ, ମତ ନିର୍ବିଶେଷରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ଆଖଡା ଶୋଭାଯାତ୍ରାରେ ସାମିଲ ହୋଇ ରାଉରକେଲା ସହରର ଭାଇଚାରାକୁ ପ୍ରମାଣିତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe