କାର ଦୁର୍ଘଟଣାରେ ରମାଦେବୀ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

Advertisment
କାର ଦୁର୍ଘଟଣାରେ ରମାଦେବୀ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

The Indian Express

ବାଲିଅନ୍ତା: ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ବସଷ୍ଟାଣ୍ଡ ନିକଟରେ ଠିଆହୋଇଥିବା ବେଳେ ଏକ ଦ୍ରୁତଗାମୀ କାର ଧକ୍କାରେ ଜଣେ ରମାଦେବୀ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀଜଣକ ହେଲେ ପୁରୀ ଜିଲ୍ଲା ଗଡ଼ିସଗୋଦା ଥାନା ଅଞ୍ଚଳର ସ୍ବର୍ଗତ କାଳୁ ଚରଣ ପ୍ରଧାନଙ୍କ ଝିଅ ଗେଲ୍ଲୀ ପ୍ରଧାନ (୧୭)। ସ୍ଥାନୀୟ ଲୋକ ଦୁର୍ଘଟଣାରେ ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଅର୍ଥ ପ୍ରଦାନ ଓ କାରଚାଳକକୁ ଗିରଫ ଦାବିରେ ହୋ-ହଲ୍ଲା କରିବାରୁ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପାହାଳ ଫାଣ୍ଡି ଅଧିକାରୀ ଷ୍ଟାଲିନ ବିଶ୍ବାଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଯାଇ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ବଡ଼ କଥା ହେଉଛି, ଏହା ମଧ୍ୟରେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ପୁଲିସ ଦୁର୍ଘଟଣାଗ୍ରସ୍ତ କାରକୁ ଏଯାଏ ଜବତ କରିପାରି ନାହିଁ କିମ୍ବା ସଂପୃକ୍ତ ଚାଳକକୁ ଗିରଫ କରିପାରି ନାହି। ସୂଚନା ଅନୁଯାୟୀ ରମାଦେବୀ କଲେଜରେ ଯୁକ୍ତ ଦୁଇ ପାସ ଛାତ୍ରୀ ଗେଲ୍ଲୀ ପରିବାର ଲୋକଙ୍କ ସହ ପାହାଳ ଫାଣ୍ଡି ନିକଟରେ ରୁହନ୍ତି। ଆଜି ମଧ୍ୟାହ୍ନରେ ସାର୍ଟିଫିକେଟ ଆଣିବା ପାଇଁ ଯିବାକୁ ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ସେତିକିବେଳେ ଏକ ଦ୍ରୁତଗାମୀ କାର ହଠାତ ଭାରସାମ୍ୟ ହରାଇ ତାଙ୍କ ଉପରକୁ ମାଡ଼ିଆସିଥିଲା। ଫଳରେ ଗେଲ୍ଲୀଙ୍କ ଅବସ୍ଥା ଘଟଣାସ୍ଥଳରେ ସଂକଟାପନ୍ନ ହୋଇପଡ଼ିଥିଲା। ଆଉ ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପାହାଳ ଫାଣ୍ଡି ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ଏସଂପର୍କରେ ମୃତ ଛାତ୍ରୀଙ୍କ ବଡ଼ଭାଇ ଅଭିନାଶ ପ୍ରଧାନ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଏସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe