ମା’ ରମ୍ଭାଦେବୀଙ୍କ ଯାତ୍ରା

Advertisment
ମା’ ରମ୍ଭାଦେବୀଙ୍କ ଯାତ୍ରା

ଦେବଗଡ଼: ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ୍‌ ବାସୁଦେବପୁର ଗ୍ରାମରେ ମା’ ରମ୍ଭାଦେବୀଙ୍କ ପ୍ରସିଦ୍ଧ ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ସୂଚନାନୁସାରେ ଅରଣ୍ୟବେଷ୍ଟିତ ପାହାଡ଼ ଗୁମ୍ଫାରେ ମା’ ପୂଜା ପାଇଆସୁଥିବାବେଳେ ପ୍ରତ୍ୟହ ମା’ଙ୍କ ପାଖରେ ପହଞ୍ଚି ପୂଜାର୍ଚ୍ଚନା ସମ୍ଭବ ନଥିବାରୁ ସୁଗୁଡ଼ାରେ ମା’ଙ୍କ ଏକ ଆସ୍ଥାନ ସ୍ଥାପନା କରାଯାଇ ସେଠାରେ ପ୍ରତ୍ୟହ ପୂଜାର୍ଚ୍ଚନା କରାଯାଏ ଓ କେତେକ ନିର୍ଦ୍ଧିଷ୍ଟ ତିଥିରେ ମା’ଙ୍କ ପୀଠରେ ପହଞ୍ଚି ଦେହୁରୀ ତଥା ପୂଜକ ପୂଜାର୍ଚ୍ଚନା କରିଥାନ୍ତି।

ସେହି ପ୍ରଥା ଅନୁସାରେ ଆଜି ସକାଳେ ପ୍ରଥମେ ସୁଗୁଡାସ୍ଥିତ ମା’ଙ୍କ ଆସ୍ଥାନରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଦେହୁରୀଙ୍କ ସହ ଶ୍ରଦ୍ଧାଳୁମାନେ ମା’ଙ୍କ ପୀଠଥିବା ପାହାଡ଼ ଗୁମ୍ପାରେ ପହଞ୍ଚି ମା’ଙ୍କ ପୂଜାର୍ଚ୍ଚନା କରାଯିବା ସହ ପଶୁପକ୍ଷୀ ବଳି ଦିଆଯାଇଥିଲା। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ପ୍ରବଳ ଗରମକୁ ଦୃଷ୍ଟିରେ ରଖି ବିଜେପି ଏସ୍‌ସି ମୋର୍ଚ୍ଚା ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଥଣ୍ଡା ପିଇବା ପାଣିର ବ୍ୟବସ୍ଥା କରାଯାଇଥିଲା। ଏଥିରେ ବିଜେପି ଏସ୍‌ସି ମୋର୍ଚ୍ଚାର ସଭାପତି ତଥା ପ‌ୌରପରିଷଦର ଉପନଗରପାଳ ପ୍ରଜିତ ଭୋଜ, ବରିଷ୍ଠ ବିଜେପି ନେତା ରୋହିତ ଗଙ୍ଗଦେବ, କାଉନସିଲର କାର୍ତ୍ତିକ ମହାକୁଳ, ଦେବାନନ୍ଦ ନାଏକଙ୍କ ସମତେ ବହୁ କର୍ମୀ ଉପସ୍ଥିତ ଥିଲେ। ସେହିପରି କଲଣ୍ଡା ପଞ୍ଚାୟତ ସମିତି ଓ ହାପି ଟୁ ହେଲ୍‌ପ ଫାଉଣ୍ଡେସନ୍‌ ପକ୍ଷରୁ ମଧ୍ୟ ଶ୍ରଦ୍ଧାଳୁମାନଙ୍କ ପାଇଁ ପାନୀୟଜଳର ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe