Sambad
ଜୟପୁର: ସ୍ଥାନୀୟ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ କେବିଡ଼ି ପଂଚାୟତର ବନ୍ଧନପଦର ଗାଁର ୩ବର୍ଷର ଶିଶୁ ସୋମନାଥ ସାନ୍ତା ସିକିଲସେଲରେ ପୀଡ଼ିତ ହୋଇ ଶିଶୁ ୱାର୍ଡରେ ଚିକିତ୍ସାଧୀନ। ରକ୍ତହୀନତା ସହ ହିମୋଗ୍ଲୋବିନ୍ କମ୍ ରହିଥିବାରୁ ତାଙ୍କୁ ତୁରନ୍ତ ‘ଓ’ ପଜିଟିଭ୍ ବର୍ଗର ରକ୍ତ ଯୋଗାଡ଼ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଜୟପୁର ରକ୍ତଭଣ୍ଡାରରେ ଏହି ବର୍ଗର ରକ୍ତ ନଥିବାରୁ ପରିବାରବର୍ଗ ଚିନ୍ତାରେ ପଡ଼ିଥିଲେ। ଏ ସଂପର୍କରେ ସୂଚନା ପାଇ ସ୍ବେଚ୍ଛାସେବୀ ବି. ରମେଶ ଜୟପୁର ରକ୍ତଭଣ୍ଡାରକୁ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।
ଆଜି ରମେଶ କୋଭିଡ ଟୀକାର ପ୍ରଥମ ଡୋଜ ନେବା ପାଇଁ ସମୟ ଧାର୍ଯ୍ୟ କରିଥିଲେ। ତେବେ ନିଜ ଜୀବନ ଠାରୁ ଜଣେ ଶିଶୁ ପାଇଁ ସ୍ବେଚ୍ଛାକୃତ ରକ୍ତଦାନ କରିବାରେ ଯେଉଁ ଆତ୍ମତୃପ୍ତି ମିଳିଛି ତାହା ଅନ୍ୟ କେଉଁଟି ମିଳି ପାରିବ ନାହିଁ ବୋଲି କହିଛନ୍ତି ରମେଶ। ରମେଶଙ୍କ ଏଭଳି କାମ କ୍ବିଚିତ୍ ଦେଖିବାକୁ ମିଳେ। ତାଙ୍କର ଏଭଳି ନିସ୍ବାର୍ଥପର ସେବା ଅନ୍ୟ ଯୁବବର୍ଗଙ୍କୁ ପ୍ରେରଣା ଦେବ।
Follow Us