ରମେଶଙ୍କ ଅଭିନବ ନିଶା; ନଖ ବଢାଇ ଦେଉଛନ୍ତି ସୋସିଆଲ ମେସେଜ

Advertisment
ରମେଶଙ୍କ ଅଭିନବ ନିଶା; ନଖ ବଢାଇ ଦେଉଛନ୍ତି ସୋସିଆଲ ମେସେଜ

Sambad

ମାଲକାନଗିରି: ସୋସିଆଲ ମିଡିଆର ପ୍ରଭାବ ଏବେ ସାରା ରାଜ୍ୟ, ଦେଶ ଏବଂ ପୃଥିବୀରେ ପଡିଛି। ଲୋକେ ନିଜର ଅନ୍ତର୍ନିହିତ କଳାକୁ ସୋସିଆଲ ମିଡିଆରେ ପ୍ରଦର୍ଶନକରି ପ୍ରଶସଂକଙ୍କ ପ୍ରଶଂସା ସାଉଁଟୁଛନ୍ତି। ଏପରକି ୟୁଟ୍ୟୁବରେ ଅପଲୋଡ କରି ଟଂକା ରୋଜଗାର ମଧ୍ୟ କରିପାରୁଛନ୍ତି। ମାଲକାନଗିରି ସହରରେ ଏଭଳି ଜଣେ ବ୍ୟକ୍ତିଙ୍କୁ ଆମେ ଭେଟିଥିଲୁ, ଯିଏକି ପେଶାରେ ମାଇକ, ସାଉଣ୍ଡ ଇତ୍ୟାଦି ବ୍ୟବସାୟ କରନ୍ତି। କିନ୍ତୁ ନିଶାରେ ସେ ହାତର ନଖ ବଢାଇ ବିଭିନ୍ନ ସମୟରେ ସୋସିଆଲ ମେସେଜ ଦିଅନ୍ତି।

ଆଜି ଗୁଡ ଫ୍ରାଇଡେ ଥିବାରୁ ନଖରେ ସେ ଗୁଡ ଫ୍ରାଇଡେ ଲେଖିବା ସହ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ଆଜିର ଦିନର ଅଭିନନ୍ଦନ ଜଣାଇଛନ୍ତି। ଯାହାକୁ ନେଇ ଏବେ ଜିଲ୍ଲାରେ ବେଶ ଚର୍ଚ୍ଚା। ରମେଶ ମାଦି ସ୍ଥାନୀୟ ଟେକବାଡି ସାହିରେ ବାସ କରନ୍ତି। ବୟସ ପାଖାପାଖି ୩୫ ହେବ। ହାତରେ ନଖ ବଢାଇବା ତାଂକର ନିଶା। ସେହି ନିଶାକୁ ଆଉ ଟିକେ ରଂଗ ଦେଇ ବିଭିନ୍ନ ସମୟରେ ସୁନ୍ଦର ମେସେଜ ସୋସିଆଲ ମିଡିରେ ଅପଲୋଡ କରୁଛନ୍ତି। ଯାହାକୁ ଲୋକେ ବେଶ ପସନ୍ଦ ମଧ୍ୟ କରୁଛନ୍ତି। ଏହି ଅଭିନବ ନିଶା ଯୋଗୁଁ ସେ ଏବେ ସମସ୍ତଙ୍କ ପାଖରେ ପରିଚିତ ବ୍ୟକ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe